ଖସି ଯିବା ଉଦ୍ୟମ ବେଳେ ଅଭିଯୁକ୍ତଙ୍କୁ ଗୁଳି

0

ବେଙ୍ଗଲୁରୁ(ରିପୋର୍ଟର୍ସ ଟୁଡେ): ବେଙ୍ଗାଲୁରୁରେ ଅପରାଧୀମାନଙ୍କ ପାଇଁ ସବୁବେଳେ ସଜାଗ ରହିଛି ପୋଲିସ ଡିପାର୍ଟମେଣ୍ଟ। କୌଣସି ଅପରାଧୀ ଆଇନ ହାତରୁ ଖସିବା ସମ୍ଭବ ନୁହେଁ। ଏହି କଥା ଆଜି ପୁଣିଥରେ ପ୍ରମାଣ ହୋଇଯାଇଛି। ତଦନ୍ତ ସମୟରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଅପରାଧୀଙ୍କୁ ଗୁଳିମାଡ କରିଥିବା ପୋଲିସ ସୂଚନା ଦେଇଛି।
ଯୁବତୀଙ୍କୁ ଦୁଷ୍କର୍ମ ଏବଂ ପରେ ଅମାନୁଷିକ ଭାବେ ଅତ୍ୟାଚାର କରିବା ଅଭିଯୋଗରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଘଟଣାର ତଦନ୍ତ କରିବା ପାଇଁ ଆଜିିଭୋରର ୫ଟା ସମୟରେ ପୋଲିସ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇଥିଲା। କିନ୍ତୁ ଏମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଅଧିକାରୀ ଉଭୟଙ୍କ ଗୋଡ଼କୁ ଗୁଳି ଚାଳନା କରିଥିଲେ। ଯାହା ଫଳରେ ଅଭିଯୁକ୍ତମାନେ‌ ନିଜ ଉଦ୍ୟମରେ ସଫଳ ହୋଇ ପାରି ନାହାନ୍ତି।


ଏହାପରେ ଆହତ ଅଭିଯୁକ୍ତମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ଏ ନେଇ ବେଙ୍ଗଲୁରୁର ଡିସିପି ଶ୍ରନପ୍ପା ଏସ.ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।