ଟ୍ରକ ଓ ସ୍କୁଟି ମୁହାଁମୁହିଁ ଧକ୍କା : ସ୍କୁଟି ଚାଳକ ମୃତ

0

କନ୍ଧମାଳ : କ. ନୂଆଗାଁ ଥାନା ସୁରପାଙ୍ଗା ଗାଁ ନିକଟସ୍ଥ କାର୍ମେଲ ସ୍କୁଲ ନିକଟରେ ଟ୍ରକ ଓ ସ୍କୁଟି ମୁହାଁମୁହିଁ ଧକ୍କା l ଟ୍ରକ ଧକ୍କା ରେ ଘଟଣା ସ୍ଥଳରେ ସ୍କୁଟି ଚାଳକ ମୃତ l ମୃତକ କ.ନୂଆଗାଁ ଥାନା ଗୁଂଜୀବାଡି ଗାଁ ର କିଶରାମ ପ୍ରଧାନ l ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲ୍ପର ଫେରାର l କ. ନୂଆଗାଁ ରେ ନିଜ କାର୍ଯ୍ୟ ସାରି ଗାଁ କୁ ଫେରୁଥିବା ସମୟରେ କାର୍ମେଲ ସ୍କୁଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଟି ସାମ୍ନା ପଟୁ ଧକ୍କା ଦେଇଥିଲା l କ. ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି l