ଗୋପ / ଜୟନ୍ତକୁମାର ସେଠୀ ; ଗୋପ କୁସୁପୁର ପରେ ମହଲପଡା ଚିତ୍ରା ରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କଲା ଅଏଲ ଇଣ୍ଡିଆ। ଆଜି ଅଏଲ ଇଣ୍ଡିଆ ପକ୍ଷରୁ ଗୋପ ମହଲ ପଡ଼ା ଚିତ୍ରା ର ପ୍ରାୟ ଶହେ ତିରିଶ ଜଣ ଚାଷ ଙ୍କ ସହିତ ତିନି ବର୍ଷିଆ ଏଗ୍ରିମେଣ୍ଟେ କରି ଚେକ ପ୍ରଦାନ କରିଛି ଅଏଲ ଇଣ୍ଡିଆ। ଏହି ଚାଷୀ ଙ୍କ ଠାରୁ ପୂର୍ବରୁ ଚିହ୍ନଟ ହୋଇଥିବା ଆଠ ଏକର ଜମି ପାଇଁ ଚାଷୀ ଙ୍କ ପାଇଁ ଏଗ୍ରିମେଣ୍ଟ କରିଛି ଅଏଲ ଇଣ୍ଡିଆ । ପୂର୍ବରୁ କୁସୁପୁର ସମେତ ଚିତ୍ରା ରେ ଅଏଲ ଇଣ୍ଡିଆ ପକ୍ଷରୁ ସର୍ଭେ କରଯାଇଥିଲା ।ଏହି ଅଞ୍ଚରେ ପ୍ରକୃତିକ ଗ୍ୟାସ ଓ ପେଟ୍ରୋଲ ଥିବାର ପ୍ରଥମିକ ତଦନ୍ତ ରୁ ଜଣାପଡିଥିଲା।
ପ୍ରଥମ ପର୍ୟ୍ୟାୟରେ ଗୋପ କୁସୁପୁର, ବଣିଆସାହି, ବସ୍ତି ଅଞ୍ଚଳ ର ପ୍ରାୟ ୩୭ ଜଣ ଚାଷୀଙ୍କ ଆଠ ଏକର ଜମିକୁ ତିନି ବର୍ଷ ପାଇଁ ଅଏଲ ଇଣ୍ଡିଆ କମ୍ପାନୀ ଚାଷୀଙ୍କ ଠାରୁ ଲିଜରେ ନେଇଥିବା ବେଳେ ଆଜି ଚିତ୍ରା ଚାଷୀ ଙ୍କ ଠାରୁ ତିନି ବର୍ଷ ପାଇଁ ଜମି ଅଧିଗ୍ରହଣ କରିଛି ଅଏଲ ଇଣ୍ଡିଆ କ୍ଷ ପ୍ରତ୍ୟକ ଚାଷୀଙ୍କୁ ଗୁଣ୍ଠ ପିଛା ଦଶ ହଜାର ଟଙ୍କା ହିସାବରେ ତିନି ବର୍ଷ ପାଇଁ ଟଙ୍କା ଦିଆଯାଇ ଚାଷୀ ଙ୍କ ଠାରୁ ଜମି ନେଇଛି ଅଏଲ ଇଣ୍ଡିଆ । ପ୍ରଥମ ପର୍ୟ୍ୟାୟରେ କୁସୁପୁର ରେ ଚିହ୍ନଟ ଜମି କୁ ଲିଜ ସୂତ୍ର ରେ ନେଇଥିବା ବେଳେ ଆଜି ମହଲପଡା ଚିତ୍ରା ଅଞ୍ଚଳରେ ଚାଷୀ ଙ୍କ ଠାରୁ ତିନି ବର୍ଷ ପାଇଁ କରିଛି ଚୁକ୍ତି ନାମା ।
କୁସୁପୁର ଭଳି ଅଞ୍ଚଳରେ ବିକାଶ ର ସ୍ଵପ୍ନ ଦେଖିଛନ୍ତି ଚିତ୍ରା ବାସିନ୍ଦା। ଅଏଲ ଇଣ୍ଡିଆ ହାତ କୁ ନିଜ ଜମି କୁ ୩ବର୍ଷ ପାଇଁ ଟେକି ଦେଇଛନ୍ତି ଚାଷୀ । ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲ ର ସନ୍ଧାନପରେ ପ୍ରଥମେ କୁସୁପୁର ଓ ପରବର୍ତ୍ତୀ ସମୟରେ ଚିତ୍ରା ର ଚିହ୍ନଟ ଜମି ମାଲିକ ଙ୍କ ଠାରୁ ଆଜି ତିନି ବର୍ଷ ପାଇଁ ଲିଜ ସୂତ୍ର ରେ ନେଲା ଅଏଲ ଇଣ୍ଡାଆ। ଚିତ୍ରା ମୈାଜାର ୧୩୦ ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ପ୍ରାୟ ୭୭ ଜଣ ଚାଷୀ ଙ୍କୁ ଗୁଣ୍ଠ ପିଛା ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ଅଏଲ ଇଣ୍ଡିଆଅଏଲ ଇଣ୍ଡିଆ ର ଜେନେରାଲ ମ୍ୟାନେଜର ଙ୍କ ସମେତ ଦଶ ଜଣିଆ ଟିମ ଗୋପ ରେ ଚିତ୍ରା ରେ ପହଁଚି ହିତାଧିକାରୀଙ୍କ ସହିତ ତିନି ବର୍ଷିଆ ଏଗ୍ରିମେଣ୍ଟେ କରି ଚେକ ପ୍ରଦାନ କରଛନ୍ତି । ଆଠ ଏକର ଜମିରେ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅଏଲ ଇଣ୍ଡିଆ ଅଧିକାରୀ ।
ଅଏଲ ଇଣ୍ଡିଆ ତରଫରୁ ଗୋପ ଚିତ୍ରା ଠାରେ ପ୍ରକୃତିକ ଗ୍ୟାସ ଓ ପେଟ୍ରୋଲ ଥିବାର ପ୍ରାଥମିକ ତଦନ୍ତ ରୁ ଜଣାଯିବକ୍ଷ ପରେ ଗୋପ ଚିତ୍ରା ର ୧୩୦ ଜଣ ଚାଷୀଙ୍କ ଆଠ ଏକର ଜମିକୁ ତିନି ବର୍ଷ ପାଇଁ ଅଏଲ ଇଣ୍ଡିଆ କମ୍ପାନୀ ଚାଷୀଙ୍କ ଠାରୁ ଲିଜରେ ନେଇଛନ୍ତି କ୍ଷ ପ୍ରତ୍ୟକ ଚାଷୀଙ୍କୁ ଗୁଣ୍ଠ ପିଛା ୧୦ହଜାର ଟଙ୍କା ହିସାବରେ ତିନି ବର୍ଷ ପାଇଁ ଚେକ ଦିଆଯାଇଛି କ୍ଷ ଯଦି ଏହି ସର୍ଭେରେ ଏଠି ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ବାହାରେ ତାହାଲେ ଆମ ଅଞ୍ଚଳ ର ଉର୍ନତି ହେବ ବୋଲି ଅଞ୍ଚଳ ବାସୀ ଆଶା ରଖିଥିବା ବେଳେ କୁସୁପୁର ମଡେଲ ଅନୁସାରେ ଚିତ୍ରା ରେ ଏଗ୍ରିମେଣ୍ଟ କରାଯିବ, ଏଠାରେ ଏହା ସଫଳ ହେଲେ ଅର୍ଥନୀତି ମାନ ଦଣ୍ଡ ବୁଦ୍ଧି ପାଇବା ସହିତ ଅଞ୍ଚଳ ର ବିକାଶ ହେବ ବୋଲି ଗୋପ ତହସିଲଦାର କହିଛନ୍ତି। ଗୋପ ବ୍ଳକ ର କୁସୁପୁର ଓ ଚିତ୍ରା ଦୁଇଟି ସ୍ଥାନରେ ତୈଳ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇବା ପରେ କୁସୁପୁର ରେ ଜମି ଅଧିଗ୍ରହଣ କରି କାମ ଚାଲିଥିବା ବେଳେ ଚିତ୍ରା ରେ ଖୁବଶୀଘ୍ର ଅଏଲ ଇଣ୍ଡିଆ କାମ ଆରମ୍ଭ କରିବ ।