ବରିଷ୍ଠ ଅଭିନେତା ଭାଲଚନ୍ଦ୍ର କୁଲକର୍ଣ୍ଣିଙ୍କ ଦେହାନ୍ତ, ୨୫୦ ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

0

ମୁମ୍ବାଇ : ବରିଷ୍ଠ ଅଭିନେତା ଭାଲଚନ୍ଦ୍ର କୁଲକର୍ଣ୍ଣିଙ୍କ ପରଲୋକ । ୮୮ ବର୍ଷ ବୟସରେ ଜଣାଶୁଣଆ ଏହି ମରାଠୀ ଅଭିନେତାଙ୍କର ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅସୁସ୍ଥତା କାରଣରୁ ୨ ଦିନ ପୂବରୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ । କିନ୍ତୁ ଆଜି ସକାଳୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବଗିଡିବାରୁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ସାରା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସେ ପ୍ରଥମେ ୧୯୬୫ରେ ଲୋକନୃତ୍ୟରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଥିଏଟର,ସିରିଏଲ ଏବଂ ଅନେକ ସିନେମାରେ କାମ କରିଥିଲେ । ସେ ନିଜ ଅଭିନୟ କ୍ୟାରିୟରେ ୨୫୦ରୁ ଅଧିକ ସିନେମାରେ କାମ କରିଛନ୍ତି ।ସେଥିମଧ୍ୟରୁ କେତେକ ହିନ୍ଦୀ ଚଳଚ୍ଚିତ୍ର ଥିବାବେଳେ ଅନେକ ମରାଠୀ ଚଳଚ୍ଚିତ୍ର ମଧ୍ୟ ରହିଛି ।