ପରଲୋକରେ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ

0

କଟକ : ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସ | ଲିଭର ଜନିତ ସମସ୍ୟା ନେଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିଲେ ଅକ୍ଲାନ୍ତ | ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା।

ଆଜି କଟକ ସତୀଚଉରାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଭାଇ ଅମ୍ଲାନ ତାଙ୍କୁ ମୁଖାଗ୍ନି ଦେଇଛନ୍ତି | ବର୍ଷକ ପୂର୍ବେ ଅଭିନେତା ମିହିର ଦାସଙ୍କ ଦେହାନ୍ତ ହୋଇଥିଲା। ଠିକ୍ ଏକ ବର୍ଷ ପରେ ପୁଅ ଅକ୍ଲାନ୍ତଙ୍କର ମୃତ୍ୟୁ ଘଟିଛି । ହିର ଦାସ ତାଙ୍କ ସାନ ପୁଅ ଅକ୍ଲାନ୍ତଙ୍କୁ ବହୁତ ଭଲ ପାଉଥିଲେ। ବାପାଙ୍କୁ ହରାଇବା ପରେ ଅକ୍ଲାନ୍ତ ବହୁତ ଡିପ୍ରେସନରେ ଥିଲେ ବୋଲି ଜଣାପଡ଼ିଛି।