‘କଭି ଇଦ୍ କଭି ଦିୱାଲୀ’ରେ ନଜର ଆସିବେ ରାମ ଚରଣ !
ବଲିଉଡ ଭାଇଜାନ ସଲମାନ ଖାନ ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ର ସୁଟିଂ କରୁଛନ୍ତି।
(ମୁମ୍ବାଇ) : ବଲିଉଡ ଭାଇଜାନ ସଲମାନ ଖାନ ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ର ସୁଟିଂ କରୁଛନ୍ତି।ସେ ବର୍ତ୍ତମାନ ହାଇଦ୍ରାବାଦରେ ତାଙ୍କର ସୁଟିଂ କରୁଛନ୍ତି। ସୁଟିଂ ଯୋଗୁ ସେ ଦୀର୍ଘ ଦିନ ଧରି ହାଇଦ୍ରାବାଦରେ ଅଛନ୍ତି। ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟ୍ରେ ପୂଜା ହେଗଡେ ଅଭିନୟ କରିଛନ୍ତି। ଏହି ସମୟରେ ସାଉଥ ଅଭିନେତା ରାମ ଚରଣ ସଲମାନଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଛନ୍ତି। ସଲମାନଙ୍କ ସହ ତାଙ୍କର ଫଟୋ ସାମ୍ନାକୁ ଆସିଛି। ସେମାନଙ୍କ ସହ ଅଭିନେତ୍ରୀ ପୂଜା ହେଗଡେ ମଧ୍ୟ ନଜର ଆସିଛନ୍ତି।
ସୂଚନାନୁଯାୟୀ, ‘କଭି ଇଦ୍ କଭି ଦିୱାଲୀ’ରେ ରାମ ଚରଣ ଅତିଥି ରୂପେ ଦେଖାଯାଇ ପାରନ୍ତି। ସାମ୍ନାକୁ ଆସିଥିବା ଫଟୋରେ ରାମ ଚରଣ, ପୂଜା ହେଗଡେ, ରାମ ଚରଣଙ୍କ ପତ୍ନୀ ଉପସାନା କୋନିଡେଲା, ସଲମାନ ଖାନ ଏବଂ ଭେଙ୍କଟେଶ ଡଗୁବତୀ ଦେଖାଯାଇଛନ୍ତି। ଉପସାନା ତାଙ୍କ ପୋଷା କୁକୁର ରାଇମଙ୍କୁ ତାଙ୍କ ହାତରେ ଧରିଛନ୍ତି। ତେବେ ରାମ ଚରଣଙ୍କ ବ୍ୟତୀତ ଭେଙ୍କଟେଶ ମଧ୍ୟ ଏହି ଫିଲ୍ମରେ ଏକ ଅଂଶ ହୋଇପାରନ୍ତି। ଏହି ଫଟୋ ରାଇମ୍ ନାମକ ସୋସିଆଲ୍ ମିଡିଆ ପେଜରେ ସେୟାର କରାଯାଇଛି।
ଅନ୍ୟପଟେ ‘କଭି ଇଦ୍ କଭି ଦିୱାଲୀ’ରୁ ଶେହନାଜ ଗିଲ ଡେବ୍ୟୁ କରୁଛନ୍ତି। ଫିଲ୍ମରେ ଜାସି ଗିଲ, ପଲକ ତିୱାରୀ ଏବଂ ରାଘବ ଜୁୟାଲ ମଧ୍ୟ ଅଭିନୟ କରିଛନ୍ତି। ସଲମାନ ଚାହୁଁଛନ୍ତି ଫିଲ୍ମଟି ବଡ଼ ଆକାରରେ ହେଉ। ସେଥିପାଇଁ ସେ ରାମ ଚରଣଙ୍କ ନିକଟକୁ ଯାଇଥିଲେ।