ଆଉ ଶୁଣିବାକୁ ମିଳିବନି ‘ନୁକ୍କଡ’ର ସେ ଫେମସ ଡାଏଲଗ, ଆରପାରିରେ ସମୀର ଖାଖର

0

ମୁମ୍ବାଇ ; ଚିର ନିଦ୍ରାରେ ସମୀର ଖାଖର । ବଲିଉଡର ବର୍ଷିଆନ୍ ଅଭିନେତା ସମୀର ଖାଖରଙ୍କ ପରଲୋକ । ସମୀରଙ୍କ ମୃତ୍ୟୁରେ ପୁଣି ଥରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ୭୧ ବର୍ଷ ବୟସରେ ମୁମ୍ବାଇ ବୋରିଭାଲି ସ୍ଥିତ ଏମ୍ ଏମ୍ ହସ୍ପିଟାଲରେ ସମାରଙ୍କର ଦେହାନ୍ତ ହୋଇଯାଇଛି । ଆଜି ଭୋର ୪.୩୦ ରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ତାଙ୍କ ଭାଇ ଗଣେଶ ଖାଖର ସୂଚନା ଦେଇଛନ୍ତି । ମଲ୍ଟି ଅର୍ଗାନ ଇନଫେକ୍ସନ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅବଂ ଏହା ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।

ଦୂରଦର୍ଶନର ୮୦ ଦଶକର ଲୋକପ୍ରିୟ ସିରିଏଲ୍ ‘ନୁକ୍କଡ’ ତାଙ୍କୁ ଦେଇଥିଲା ଭିନ୍ନ ପରିଚୟ । ‘ନୁକ୍କଡ’ରେ ଖୋପଡୀ ଭୂମିକାରେ ଅଭିନୟ କରି ସେ ବେସ୍ ଲୋକପ୍ରିୟ ହୋଇଥିଲେ । ‘ଅଦାଲତ’, ‘ଶ୍ରୀମାନ ଶ୍ରୀମତି’,’ନୟା ନୁକ୍କଡ’, ‘ସଞ୍ଜିବନୀ’ ଆଦି ସିରିଏଲରେ ସେ ଅଭିନୟ କରିଥିଲେ ।’ସେହେନଶାହ’୍, ‘ପରିନ୍ଦା’, ‘ପୁଷ୍ପକ’ ଆଦିରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ ସମୀର । ‘ଜୟ ହୋ’ ଥିଲା ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର । ସମୀର ଖାଖରଙ୍କ ମୃତ୍ୟୁରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।