ଟିଏମସି ସାଂସଦ ନୁସରତ ଜାହାନଙ୍କ ଘରକୁ ଆସିଲା ନୂଆ ଅତିଥି

ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି ।

0

(ମୁମ୍ବାଇ) : ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି । ସେ ଏକ ସୁସ୍ଥ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଉଭୟ ଅଭିନେତ୍ରୀ ଏବଂ ଶିଶୁ ସୁସ୍ଥ ଅଛନ୍ତି । ପ୍ରସବ କରିବାର କିଛି ଘଣ୍ଟା ପୂର୍ବରୁ ନୁସରତ ଜାହାନ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ଏହାର କ୍ୟାପସନରେ ଲେଖିଛନ୍ତି, ‘ଭୟରେ ବିଶ୍ୱାସ ଥାଏ ।’

ସୂଚନା ଥାଉକି ଜୁନ୍ ମାସରେ ନୁସ୍‌ରତ୍ ଜାହାନଙ୍କ ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଥିଲା, ଯେତେବେଳେ ତାଙ୍କ ବେବି ବମ୍ପ ଲୋକଙ୍କ ସାମ୍ନାରେ ଆସିଥିଲା । ଏହା ପରେ ନୁସରତ୍ ଜାହାନ ଏବଂ ନିଖିଲ ଜୈନଙ୍କ ସମ୍ପର୍କକୁ ନେଇ କ୍ରମାଗତ ଭାବରେ ପ୍ରଶ୍ନ ଉଠିଥିଲା । ଏହା ଉପରେ ନିଖିଲ କହିଛନ୍ତି ଯେ ସେ ଗର୍ଭଧାରଣ ବିଷୟରେ କିଛି ଜାଣି ନାହାଁନ୍ତି । ଏହା ମଧ୍ୟ କହିଛନ୍ତି ଯେ ଉଭୟ ଅଲଗା ହୋଇ ବିଭିନ୍ନ ଘରେ ରୁହନ୍ତି । ଏହା ପରେ, ବଙ୍ଗୀୟ ଅଭିନେତା ଯଶ ଦାସ ଗୁପ୍ତାଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା ।