ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣରେ ଯୋଡିହେବ ଆଉ ଏକ ଫର୍ଦ୍ଦ। ବିଭିନ୍ନ ମାଧ୍ୟାମିକ ସ୍କୁଲରେ ନବ ନିଯୁକ୍ତ ଶିକ୍ଷକ ମାନଙ୍କର ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବ । ଏଥିରେ ନୂତନ ଭାବେ ନିଯୁକ୍ତି ପାଇଥିବା ୬ହଜାର ୮୯୧ଜଣ ଶିକ୍ଷକ ଅଂଶଗ୍ରହଣ କରିବେ।ଅପରାହ୍ନ ୩ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ୫ଟାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।
ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କରିବେ। କାର୍ଯ୍ୟକ୍ରମରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବିଭାଗୀୟ ସଚିବ, ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଦିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ସେହିପରି ୬ ହଜାର ୮୯୧ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।