ରାଷ୍ଟ୍ରପତିଙ୍କୁ ଚିଠି ମାଧ୍ୟମରେ କ୍ଷମା ମାଗିଲେ ଅଧୀର

ବିବାଦୀୟ ମନ୍ତବ୍ୟ ନେଇ ଗୃହକୁ ଅଚଳ କରିଥିଲା ବିଜେପି

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ବିବାଦରେ ଫସିଥିବା କଂଗ୍ରେସ ସଂସଦୀୟ ଦଳର ନେତା ଅଧିରଞ୍ଜନ ଚୌଧୁରୀ ଶେଷରେ କ୍ଷମା ମାଗିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଚିଠି ମାଧ୍ୟମରେ କ୍ଷମା ମାଗିଥିବା ଜଣାପଡିଛି। କହୁକହୁ ଭୁଲରେ ପାଟିରୁ ବାହାରି ଯାଇଥିବା ବୋଲି କହିଛନ୍ତି। ମୁଁ ଆପଣଙ୍କୁ କ୍ଷମା ମାଗୁଛି, ଆପଣ ଗ୍ରହଣ କରିବାକୁ ଅନୁରୋଧ କରୁଛି ବୋଲି ଶ୍ରୀ ଚୌଧୁରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ସେପଟେ ଅଧୀରଙ୍କ ବିବାଦୀୟ ବୟାନ ପରେ ଶାସକ ବିଜେପି ପକ୍ଷରୁ ଦୁଇ ଦିନ ହେଲା ସଂସଦର ଉଭୟ ସଦନକୁ ଅଚଳ କରିଦିଆଯାଇଥିଲା। ଗୁରୁବାର କଂଗ୍ରେସର ସଂସଦୀୟ ଦଳର ନେତା ଶ୍ରୀ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ମନ୍ତବ୍ୟ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଉଭୟ ସଦନର ବିଜେପି ସଦସ୍ୟମାନେ ଗୃହ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ଏଥିସହିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସଂସଦୀୟ ଦଳ ନେତା ଅଧୀନ ରଞ୍ଜନ ଚୌଧୁରୀ ନିସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ସେପଟେ ଲୋକସଭାରେ ମହିଳା ଓ ଶିଶୁ ୂବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏହା ଘୋର ଅପମାନ।

ତେଣୁ ଶ୍ରୀମତୀ ଗାନ୍ଧୀ ଦେଶ ଓ ଆଦିବାସୀଙ୍କୁ ନିସର୍ତ୍ତ କ୍ଷମା ମାଗନ୍ତୁ ବୋଲି କହି ଗୃହରେ ହଙ୍ଗାମା କରିଥିଲେ। ଫଳରେ ଲୋକସଭା ବାଚସ୍ପତି ଓମ ବିର୍ଲା ଗୃହ ମୁଲତବୀ କରିଥିଲେ। ସେପଟେ ରାଜ୍ୟସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ପାଇ ଖୁସି ଥିବାବେଳେ କଂଗ୍ରେସ ଜାଣି ଶୁଣି ଲିଙ୍ଗଗତ ଅସମାନତା ସୃଷ୍ଟି କରୁଛି ବୋଲି ଗୃହରେ କହିଥିଲେ। ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ସେପଟେ ଶ୍ରୀ ଚୌଧୁରୀ କ୍ଷମା ମାଗିବା ସହ ମୁଁ କହୁକହୁ କହିଦେଇଥିଲି। ଏହା ମୋ ପାଟିରୁ ଖସି ଯାଇଥିଲା ବୋଲି ସଫେଇ ଦେଇ କହିଥିଲେ।