‘ଆଦି ପୁରୁଷ’ରେ କିଆରା

0

ମୁମ୍ବାଇ: ହିନ୍ଦୀ ସିନେ ଜଗତର ଓମ୍ ରାୱତଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ମୁଖ୍ୟ ନାୟିକା ଭାବେ କିଆରା ଆଡଭାନୀ ନଜର ଆସିବେ । ଏହି ମୁଭି ପାଇଁ ପୂର୍ବରୁ ଜଣେ ଦକ୍ଷିଣୀ ଅଭିନେତ୍ରୀ କିର୍ତ୍ତୀ ସୁରେଶଙ୍କୁ ଅଫର ଦିଆଯାଇଥିଲା । ତେବେ କୌଣସି କାରଣ ପାଇଁ ମନା କରିବାପରେ କିଆରାଙ୍କୁ ଏହି ସୁଯୋଗ ମିଳିଛି । ‘ଆଦିପୁରୁଷ’ ରାମାୟଣ ଉପରେ ଆଧାରିତ ହେବ । ଏଥିରେ ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଓ ସୈଫ ଅଲ୍ଲୀ ଖାନଙ୍କୁ ରାବଣ ଚରିତ୍ରରେ ଦେଖିବାକୁ ମିଳିବ । ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ୨୦୨୨ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରେ ।