ମୁମ୍ବାଇ: ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚ୍ଚାରେ ଥିବାବେଳେ ଏବେ ତାଙ୍କସହ ତାଙ୍କ ବୟଫ୍ରେଣ୍ଡ ଆଦିଲ ମଧ୍ୟ ବେଶ ଚର୍ଚ୍ଚାରେ । ଏବେ ଏହି ଦୁଇଜଣ ଲଭବାର୍ଡ ଦୁବାଇରେ ଥିବା ନଜର ଆସିଛନ୍ତି । ତେବେ ସେଠି ଆଦିଲ ତାଙ୍କ ଗାର୍ଲଫ୍ରେଣ୍ଡ ରାକ୍ଷୀଙ୍କୁ ଏକ ହୀରାର ହାର ଉପହାର ଦେଇଛନ୍ତି ତା ପୁଣି ବୁର୍ଜ ଖଲିଫା ସାମ୍ନାରେ । ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ରାକ୍ଷୀ ବୁର୍ଜ ଖଲିଫା ଆଗରେ ଖୁସିରେ ନାଚୁଛନ୍ତି। ସେହି ସମୟରେ ଆଦିଲ ତାଙ୍କୁ ଉପହାର ଦେଉଛନ୍ତି। ଉପହାରଟି ଦେଖି ରାକ୍ଷୀ ଏକଦମ୍ ଖୁସି ହୋଇ ଯାଉଛନ୍ତି।ତେବେ ସୂଚନା ଅନୁସାରେ ରାକ୍ଷୀ ଓ ଆଦିଲ ଏକ ଇଭେଣ୍ଟ୍ରେ ଯୋଗ ଦେବାକୁ ଦୁବାଇ ଯାଇଥିଲେ। ସେଠାରେ ଆଦିଲଙ୍କ ଏହି ଉପହାର ରାକ୍ଷୀଙ୍କୁ ଏକଦମ ଚକିତ କରି ଦେଇଛି।