ଆଙ୍କର ଆଦିତ୍ୟ ନାରାୟଣଙ୍କ ଘରକୁ ଆସିଲା କୁନି ଅତିଥି

ବାପା ହେଲେ ବଲିଉଡର ହ୍ୟାଣ୍ଡସମ୍‌ ଆଙ୍କର ଆଦିତ୍ୟ ନାରାୟଣ ।

0

(ମୁମ୍ବାଇ) : ବାପା ହେଲେ ବଲିଉଡର ହ୍ୟାଣ୍ଡସମ୍‌ ଆଙ୍କର ଆଦିତ୍ୟ ନାରାୟଣ । ଆଦିତ୍ୟଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଦିତ୍ୟ ନାରାୟଣ ଖୋଦ ଏହି ସୂଚନା ନିଜ ଇନଷ୍ଟାରେ ଦେଇ ବେଶ୍‌ ଖୁସି ଜାହିର କରିଛନ୍ତି।

ସୂଚନାନୁଯାୟୀ , ଗତ ୨୪ ତାରିଖରେ ଶ୍ୱେତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏ ନେଇ ଆଦିତ୍ୟ ନାରାୟଣ ଏକ ସାକ୍ଷାତକାରରେ କହିଛନ୍ତି, ପୁଅ ହେବ ବୋଲି ସମସ୍ତେ କହୁଥିଲେ। କିନ୍ତୁ ଝିଅ ହେଉ ବୋଲି ମୁଁ ଅନ୍ତରରୁ ଚାହୁଁଥିଲି। ଝିଅ ପିତାଙ୍କ ହୃଦୟର ବହୁତ ନିକଟତର ବୋଲି ଜାଣିଥିଲି। ତେଣୁ ମୁଁ ବହୁତ ଖୁସି ଯେ, ମୁଁ ଏକ କନ୍ୟା ସନ୍ତାନର ଜନକ । ଶ୍ୱେତା ଓ ମୁଁ ପିତାମାତା ହେବା ପରେ ବହୁତ ଖୁସି ଅଛୁ।