(ମୁମ୍ବାଇ) : ଖୁବ୍ ଶୀଘ୍ର ବାପା ହେବେ ବଲିଉଡର ଆଙ୍କର ଆଦିତ୍ୟ ନାରାୟଣ। ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଖବରରେ ନିଜେ ମୋହର ମାରିଛନ୍ତି ଆଦିତ୍ୟ। ଆଦିତ୍ୟ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ଓ ଶ୍ୱେତା ଖୁବ୍ ଖୁସି ଥିବା ବେଳେ ଶ୍ୱେତାଙ୍କ ବେବି ବମ୍ପ ସ୍ପଷ୍ଟ ବାରି ହୋଇ ପଡ଼ୁଛି।
ସୂଚନାନୁଯାୟୀ , ଏହି ଫଟୋ ପୋଷ୍ଟ କରି ଏହାର କ୍ୟାପସନରେ ଆଦିତ୍ୟ ନାରାୟଣ ଲେଖିଛନ୍ତି, ଶ୍ୱେତା ଓ ମୁଁ ଖୁବ୍ ଶୀଘ୍ର ଆମ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛି ଏବଂ ଏଥିପାଇଁ ନିଜକୁ ଖୁବ୍ ଭାଗ୍ୟବାନ ମନେ କରୁଛୁ। ଖୁବ୍ ଶୀଘ୍ର ପରିବାର ସଦସ୍ୟଙ୍କ ଗହଣରେ ଶ୍ୱେତାଙ୍କ ‘ଗୋଦଭରାଇ’ ସେରିମନି ଧୁମଧାମରେ ପାଳନ କରାଯିବ କିନ୍ତୁ କୋଭିଡ ସଂକ୍ରମଣ ଯୋଗୁ ଅଳ୍ପ ଲୋକରେ ଏହି ଉତ୍ସବ ପାଳନ କରାଯିବ ବୋଲି କହିଛନ୍ତି ଆଦିତ୍ୟ।