AFC ମହିଳା ଏସିଆନ କପ-୨୦୨୨ ଆରମ୍ଭ

0

ମୁମ୍ବାଇ: ଆରମ୍ଭ ହେଉଛି ଏଏଫସି ମହିଳା ଏସିଆନ କପ-୨୦୨୨ । ୧୯୭୯ ମସିହାରେ ଭାରତ ଆୟୋଜନ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ । ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ ଦ୍ୱିତୀୟ ଥର ପାଇଁ ଭାରତ ଏହି ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ହାସଲ କରିଛି । ମୁମ୍ବାଇ,ନଭି ମୁମ୍ବାଇ ଏବଂ ପୁନେ ଭଳି ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି ଦଳ ଭାଗ ନେଉଛନ୍ତି । ଦଳ ଗୁଡ଼ିକ ହେଲେ ଆୟୋଜକ ଭାରତ, ଚୀନ, ଚାଇନିଜ ତାଇପେ, ଇରାନ, ଅଷ୍ଟ୍ରେଲିଆନ, ଥାଇଲାଣ୍ଡ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଜାପାନ, ଦକ୍ଷିଣ କୋରିଆ, ଭିଏତନାମ ଓ ମ୍ୟାଁମାର । ଦଳ ଗୁଡ଼ିକୁ ୩ଟି ଗ୍ରୁପ୍ରେ ଭାଗ କରାଯାଇଛି । ଭାରତ ଗ୍ରୁପ୍ ଏ’ରେ ଚୀନ, ଚାଇନିଜ ତାଇପେ ଓ ଇରାନ ସହ ରହିଛି ।
ଶୁକ୍ରବାର ଗ୍ରୁପ ଏ’ରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଚୀନ ଏବଂ ଚାଇନିସ ତାଇପେ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ଭାରତ-ଇରାନ ମଧ୍ୟରେ ଅନୁଷ୍ଠିତ ହେବ । ଏହାପରେ ଦ୍ୱିତୀୟ ମ୍ୟାଚ୍ ଚାଇନିଜ ତାଇପେ (୨୩ ତାରିଖ) ଏବଂ ତୃତୀୟ ମ୍ୟାଚ୍ ଚୀନ ସହ (୨୬ ତାରିଖ) ଖେଳିବ । ଭାରତ ପୂର୍ବରୁ ୧୯୮୧ରେ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ୧୯୭୯ ଏବଂ ୧୯୮୩ରେ ଦୁଇଥର ରନର୍ସ ଅପ ହୋଇଛି । ଏ ପର୍ୟ୍ୟନ୍ତ ଦଳ ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ହାସଲ କରିବାରେ ମଧ୍ୟ ସଫଳ ହୋଇପାରୁ ନଥିଲା । ଶେଷରେ ଆୟୋଜକ ଭାବେ ଏହି ସଂସ୍କରଣରେ ଖେଳିବାର ଯୋଗ୍ୟତା ଲାଭ କରିଛି ଭାରତୀୟ ମହିଳା ଦଳ ।