ଇଞ୍ଜିନିୟରିଂ ଛାତ୍ର ନିଖୋଜର ୫ ଦିନ ପରେ ବି ପୁଲିସ କରୁନି ସହାୟତା

0

ଭୁବନେଶ୍ୱର/ସରୋଜ ରାଉତ: ରାଜଧାନୀ ଭୁବନେଶ୍ୱରରୁ ଇଞ୍ଜିନିୟରିଂ ଛାତ୍ର ନିଖୋଜ । ପରିବାର ଲୋକ ଆଣିଲେ ଅପହରଣ ଅଭିଯୋଗ । ଘଟଣାକୁ ୫ ଦିନ ବିତିଯାଇଥିଲେ ବି ପୁଲିସ କିଛି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ରାଜ୍ୟରେ ମୋ ସରକାର ପାଲଟିଛି ପ୍ରହସନ । ନିଖୋଜର ୫ ଦିନ ପରେ ବି ପୁଲିସ କରୁନି ସହଯୋଗ । ଖାଲି ବଡବଡିଆଙ୍କ ପାଇଁ କାମ କରୁଛି ମୋ ସରକାର ବୋଲି ଅଭିଯୋଗ ଆଣିଲେ ପରିବାର ବର୍ଗ । ଏପରି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଧୀନରେ । ରାଜ୍ୟରେ ବର୍ତ୍ତମାନ ଅର୍ଗାନ ଚୋରି ଭଳି ଘଟଣା ଘଟିଚାଲୁଛି । ଅର୍ଗାନ ଚୋରି ପାଇଁ ଅପହରଣ କରାଇଥାଇ ପାରେ ବୋଲି ସ୍ୱରୂପଙ୍କ ଭଉଣୀ ଅଭିଯୋଗ କରିଥିବା ବେଳେ ମା କହୁଛନ୍ତି ଭିନ୍ନ କଥା ।
ଚନ୍ଦ୍ରଶେଖରପୁର ଥାନା ଅଧୀନ ହାଉସିଂବୋର୍ଡ କଲୋନୀ, ଏଚଆଇଜିର ଇଞ୍ଜିରିୟରିଂ ଛାତ୍ର ସ୍ୱରୂପ ଶ୍ୱାସ୍ତିକ ଦାସ ଗତ ୧୫ ତାରିଖ ରାତିରୁ ନିଖୋଜ । ନିଖୋଜ ସ୍ୱରୂପଙ୍କ ଭଉଣୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପିତାଙ୍କ ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମା ମଧ୍ୟ ବାପାଙ୍କ ପାଖରେ ହସ୍ପିଟାଲରେ ଥିଲେ । ସେହି ରାତିରେ ଉଭୟ ଭାଇ ଭଉଣୀ ଘରେ ବସି ନିଜ ନିଜ କୋଠରୀରେ ପଢୁଥିଲେ । ରାତି ପ୍ରାୟ ୮ଟାରେ ଦେଖନ୍ତି ସ୍ୱରୂପ ଘରେ ନାହାନ୍ତି । ଏନେଇ ସେ ମା’ଙ୍କୁ ଜଣାଇଥିଲେ । ମା କହିଲେ ହୁଏତ ତଳକୁ କୁଆଡେ ଯାଇଥିବ, ଅପେକ୍ଷା କର । କିନ୍ତୁ ଅପେକ୍ଷା ସତ୍ତେ୍ୱ ସ୍ୱରୂପ ଫେରି ନ ଥିଲେ । ତେଣୁ ମା ହସ୍ପିଟାଲରୁ ଆସି ନିକଟରେ ପଚରାଉଚରା କରିଥିଲେ । କିନ୍ତୁ କେହି ସ୍ୱରୂପକୁ ଦେଖିବାକୁ ପାଇନଥିଲେ ।
ତେଣୁ ରାତି ପ୍ରାୟ ୧୦ଟାରେ ଚନ୍ଦ୍ରଶେଖର ପୁର ଥାନାକୁ ଯାଇ ପୁଅର ନିଖୋଜ ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କିଛି ସଫଳତା ପାଇନାହିଁ । ପୁଲିସ ସ୍ୱରୂପଙ୍କୁ ଖୋଜିବା ବଦଳରେ ହାତରେ ହାତ ପକାଇ ବସିଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅନ୍ୟ ପଟେ ଅର୍ଗାନ ଚୋରି ପରି ଘଟଣା ବଢିଚାଲିଥିବା ବେଳେ ଭଉଣୀ ଅଭିଯୋଗ କରିଛନ୍ତି କି ଏଥିନେଇ ହୁଏତ ତାଙ୍କ ଅପହରଣ ହୋଇଥାଇ ପାରେ । ମା ଅଭିଯୋଗ କରନ୍ତି, ଯେତେବେଳେ ସାଙ୍ଗମାନଙ୍କୁ ସ୍ୱରୂପ ବିଷୟରେ ପଚାରିବାରୁ ସେମାନେ କହିଲେ ସ୍ୱରୂପ କ୍ଲାସ କରେ ନାହିଁ । କିନ୍ତୁ କଲେଜ ପ୍ରିନ୍ସିପାଲଙ୍କୁ ପଚରାରିବାରୁ ସେ କହିଲେ, ସ୍ୱରୂପ ଜଣେ ବହୁତ ଭଲ ଷ୍ଟୁଡେଣ୍ଟ । ସେ ରେଗୁଲାର କ୍ଲାସ କରେ । ତେଣୁ ସାଙ୍ଗମାନଙ୍କ ବୟାନକୁ ନେଇ ମା କୁହନ୍ତି, ସେ ଜଣେ ମେଧାବୀ ଛାତ୍ରଥିଲା । ହୁଏତ ତା ପ୍ରତି ଇର୍ଶାନ୍ୱିତ ହୋଇ ତାକୁ ଅପହରଣ କରି ନିଆଯାଇଛି ।