ରଣବୀରଙ୍କ ପରେ ଏବେ ନକୁଲ ମେହେତାଙ୍କ ନଗ୍ନ ଫଟୋସୁଟ୍‌

0

ମୁମ୍ବାଇ : ରଣବୀର ସିଂହଙ୍କ ପରେ ଏବେ ଅନ୍ୟ ସେଲିବ୍ରିଟିଙ୍କ ମୁଣ୍ଡରେ ମଧ୍ୟ ନଗ୍ନ ଫଟୋସୁଟ୍‌ କରିବା ଭୂତ ପସିଲାଣି । ନିକଟରେ ଟିଭିର ଜଣାଶୁଣା ଅଭିନେତା ନକୁଲ ମେହେତା ମଧ୍ୟ ସେମିତି କିଛି କାରନାମା କରିଛନ୍ତି, ଯାହା ତାଙ୍କୁ ଚର୍ଚ୍ଚାକୁ ଆଣିଛି। ଏହି ଫଟୋସୁଟ୍‌ ଯୋଗୁ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି। ଏମିତି କି ତାଙ୍କ ସ୍ତ୍ରୀ ଜାନକୀ ପାରେଖ ମଧ୍ୟ ଅସନ୍ତୁଷ୍ଟ ହୋଇଥିବା ଜଣାଯାଇଛି।ନିକଟରେ ନକୁଲ ନିଜ ଲାଟେଷ୍ଟ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି ଫଟୋ ସୁଟ୍‌ରେ ସେ ନ୍ୟୁଡ୍‌ ହୋଇ ପୋଜ୍‌ ଦେଉଥିବା ଦେଖାଯାଇଛି। ଏହି ଫଟୋକୁ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଜାନକୀ ପାରେଖ ବିରକ୍ତ ହୋଇଛନ୍ତି।

ଜାନକୀ କମେଣ୍ଟ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରଣବୀର ସିଂହଙ୍କ ପରେ ଏବେ ଅନ୍ୟ ସେଲିବ୍ରିଟିଙ୍କ ମୁଣ୍ଡରେ ମଧ୍ୟ ନଗ୍ନ ଫଟୋସୁଟ୍‌ କରିବା ଭୂତ ସବାର ହୋଇଛି। ନିକଟରେ ଟିଭିର ଜଣାଶୁଣା ଅଭିନେତା ନକୁଲ ମେହେତା ମଧ୍ୟ ସେମିତି କିଛି କାରନାମା କରିଛନ୍ତି, ଯାହା ତାଙ୍କୁ ଚର୍ଚ୍ଚାକୁ ଆଣିଛି। ଏହି ଫଟୋସୁଟ୍‌ ଯୋଗୁ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି।

ଏମିତି କି ତାଙ୍କ ସ୍ତ୍ରୀ ଜାନକୀ ପାରେଖ ମଧ୍ୟ ଅସନ୍ତୁଷ୍ଟ ହୋଇଥିବା ଜଣାଯାଇଛି।ନିକଟରେ ନକୁଲ ନିଜ ଲାଟେଷ୍ଟ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି ଫଟୋ ସୁଟ୍‌ରେ ସେ ନ୍ୟୁଡ୍‌ ହୋଇ ପୋଜ୍‌ ଦେଉଥିବା ଦେଖାଯାଇଛି। ଏହି ଫଟୋକୁ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଜାନକୀ ପାରେଖ ବିରକ୍ତ ହୋଇଛନ୍ତି। ଜାନକୀ କମେଣ୍ଟ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

‘ବଡେ ଅଛେ ଲଗତେ ହେ’ ଫେମ୍‌ ନକୁଲ ମେହେତା ଟିଭି ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ପରଦାରେ ସିରିୟସ୍‌ ଅଭିନୟ କରୁଥିଲେ ମଧ୍ୟ ସୋସିଆଲ ମିଡିଆରେ ପ୍ରାୟତଃ ମଜାଳିଆ ଭିଡିଓ ସେୟାର କରିଥାନ୍ତି। ନିକଟରେ ନକୁଲ, ରଣବୀର ସିଂହଙ୍କ ଭଳି ଲଙ୍ଗଳା ହୋଇ କ୍ୟାମେରାରେ ପୋଜ୍‌ ଦେଉଥିବା ଦେଖାଯାଇଛି। ନକୁଲଙ୍କ ମୁତାବକ, ସେ ଏହି ଫଟୋସୁଟ୍‌ ଷ୍ଟୋନ୍‌ ନାମକ ମାଗାଜିନ୍‌ ପାଇଁ କରାଇଛନ୍ତି।ଫଟୋ ସେୟାର କରି ନକୁଲ ବେଶ୍‌ ମଜାଦାର କ୍ୟାପ୍‌ସନ୍‌ ଲେଖିଛନ୍ତି। ସେ ଲେଖିଛନ୍ତି- ମୋତେ ଘୃଣା କରୁଥିବା ଲୋକ କହିବେ ଯେ ମୁଁ ରଣବୀର ସିଂହଙ୍କ କାର୍ପେଟ ଉଧାର ନେଇଛି।