ଓଟିଟିରେ ରିଲିଜ ହେଲା ପୁନୀତଙ୍କ ଶେଷ ଫିଲ୍ମ ‘ଜେମ୍ସ’

ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ‘ଜେମ୍ସ’ ।

0

(ମୁମ୍ବାଇ) : ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ‘ଜେମ୍ସ’ । ୨୦୨୧ ରେ ଦୁନିଆକୁ ଅଲବିଦା କହିଥିବା ସାଉଥ୍ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଫିଲ୍ମ ଖୁବଶୀଘ୍ର ରିଲିଜ ହେବ । ଅଭିନେତାଙ୍କ ଜନ୍ମଦିନରେ ରିଲିଜ୍ ହୋଇଥିବା ତାଙ୍କର ଶେଷ ଫିଲ୍ମ ‘ଜେମ୍ସ’ ବକ୍ସ ଅଫିସରେ କମାଲ କରିଥିଲା।

 

ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସୋନି ଲାଇଭ ଇଣ୍ଡିଆ ଏହି ସୂଚନା ଦେଇଛି। ଏଥିରେ ଲେଖା ହୋଇଛି ଜଲୱା ହେବ ତ ଜେମ୍ସ ପରି। ଖୁବଶୀଘ୍ର ଏପ୍ରିଲ ୧୪ରେ କେବଳ ସୋନି ଲିଭରେ। ବର୍ତ୍ତମାନ ‘ଜେମ୍ସ’ ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି।

ପୁନୀତ ଏହି ଫିଲ୍ମରେ କମାଣ୍ଡୋ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ବଡ ପରଦାରେ ରିଲଜ୍ କରିଥିଲା ​। ଏହି ଭାଷାଗୁଡ଼ିକରେ ଫିଲ୍ମଟି ଏପ୍ରିଲ୍ ୧୪ ର ସୋନି ଲିଭରେ ପ୍ରସାରିତ ହେବ।