ବୟସ ୫୦ ଛୁଆ ୬୦

0

ନୂଆଦିଲ୍ଲୀ : ଆମ ସାଧାରଣ ଜୀବନରେ ଦ୍ୱିତୀୟ ଭଗବାନ ରୂପେ ଆମେ ଡାକ୍ତରଙ୍କୁ ବୁଝୁ । ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ଜଣେ ଡାକ୍ତରଙ୍କର କର୍ତ୍ତବ୍ୟ । ଜୀବନ ଦେବା ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି ଡାକ୍ତରୀ ଟିମ । ତେବେ ଉଚ୍ଚଶିକ୍ଷିତ ହେତୁ ପରିବାର ସୀମିତ କରିବାରୁ ବହୁ ସମୟ ସେମାନେ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏମିତି ବି ଜଣେ ଡାକ୍ତର ଅଛନ୍ତ ଯିଏ ପିଲା ଜନ୍ମ କରିବାକୁ ଭଲ ପାଇଛନ୍ତି । ଡାକ୍ତର ଜଣକ ହେଉଛନ୍ତି ପାକିସ୍ତାନର ୫୦ ବର୍ଷୀୟ ଡାକ୍ତର ସର୍ଦ୍ଦାର ଜନ ମହମ୍ମଦ ଖାନ । ନିକଟରେ ମହମ୍ମଦଙ୍କର ୬୦ତମ ସନ୍ତାନ ଜନ୍ମ ହୋଇଛି । ଏହା ସହ ମହମ୍ମଦଙ୍କର ପୂର୍ବରୁ ୩ଟି ସ୍ତ୍ରୀ ଥିବା ସତ୍ତେ୍ୱ ଏବେ ୪ର୍ଥ ସ୍ତ୍ରୀ ସନ୍ଧାନରେ ଅଛନ୍ତି । ନିଜର ବନ୍ଧୁ ଓ ପରିଜନ ମାନଙ୍କୁ ଏନେଇ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।
ମହମ୍ମଦଙ୍କ କହିବା କଥା ସେ, ଅଧିକରୁ ଅଧିକ ବାହା ହେବ ଓ ପିଲା ଜନ୍ମ କରିବେ । ତେବେ ସେ ପକିସ୍ତାନର କ୍ୱେଟା ସିଟିର ଇଷ୍ଟର୍ଣ୍ଣ ବାଇପାସ ନିକଟରେ ନିଜର ବଡ ପରିବାରକୁ ନେଇ ରୁହନ୍ତି । ୬୦ଟି ପିଲା ଥିବା ସତ୍ତେ୍ୱ ତାଙ୍କ ବିବାହ କରିବା ଓ ପିଲା ଜନ୍ମ କରିବାର ନିଶା ଏଯାଏଁ ସରିନି । ଚତୁର୍ଥ ବିବାହ କରି ଅନେକ ସନ୍ତାନର ପିତା ହେବାକୁ ଆଶାବ୍ୟକ୍ତ କରିଛନ୍ତି ମହମ୍ମଦ । ବିଶେଷ କରି ପୁଅ ଅପେକ୍ଷା ତାଙ୍କୁ ଝିଅ ବେଶ ଦରକାର । ଯାହା ପାଇଁ ଚତୁର୍ଥ ବିବାହ କରିବାକୁ ମନସ୍ତ କରିଛନ୍ତି ଜନ ମହମ୍ମଦ ଖାନ । ଏତେ ବଡ ପରିବାରକୁ ଏକାଠି ନେଇ ନିଜ ଘରେ ରହିବାକୁ ମହମ୍ମଦଙ୍କ ଇଚ୍ଛା ।
ସାଧାରଣ ଦୃଷ୍ଟିରୁ ଦେଖିଲେ ପାକିସ୍ତାନ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଏପରି ଅବ୍ୟବସ୍ଥା ନିନ୍ଦା ସୃଷ୍ଟି କରୁଛି । ଏବେ ରାଷ୍ଟ୍ରର ପରିସ୍ଥିତି ମଧ୍ୟ ଶୋଚନୀୟ । ଏହି ରାଷ୍ଟ୍ରରେ ଖାଦ୍ୟସାମଗ୍ରର ମଧ୍ୟ ବେଶ ଅଧିକା ମୂଲ୍ୟ ରହିଥାଏ । ବହୁ ସମୟରେ ଏଠାରେ ଖାଦ୍ୟସଂଙ୍କଟର ଅଭାବ ଦେଖିବାକୁ ମିଳେ । ଏହି ପରିସ୍ଥିତିରେ ଜଣେ ଡାକ୍ତର ଚତୁର୍ଥ ବିବାହ କରିି ପରିବାର ବୃଦ୍ଧି କରିବା ଆଶ୍ଚର୍ଯ୍ୟ ଲାଗୁଛି । ଆଉ ବିବାହ କରି ସବୁ ପିଲାଙ୍କ ଭରଣ ପୋଷଣ କରିବାକୁ ଡାକ୍ତର ଆଗଭର ଥିବା ଜଣାପଡୁଛି ।