କେନ୍ଦ୍ରାପଡା : ବୟସ ପାଞ୍ଚବର୍ଷ । ହେଲେ ମନେ ରଖିବା ଶକ୍ତି ମାତ୍ରାଧିକ । ଇଂରାଜୀ କହିବାରେ ଧୁରନ୍ଧର । ଏଲ.କେଜି ପ୍ରାରମ୍ଭରେ ପଢୁଛି । କିନ୍ତୁ ପ୍ରତିଟି ପ୍ରଶ୍ନର ଦେଉଛି ସଠିକ । ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପିଲାଟି ର ନାମ ସ୍ୱୟଂ ପ୍ରକାଶ ହୋତା । କେନ୍ଦ୍ରପଡା ଜିଲ୍ଲା ଡେରାବିଶ ବ୍ଲକ କାଉପଡା ପଞ୍ଚାୟତର ସ୍ୱୟଂ ପ୍ରକାଶ ହୋତା । ଏପର୍ୟ୍ୟନ୍ତ ସଠିକ ଭାବେ ହେତୁ ପାଇନାହିଁ କିନ୍ତୁ ନିଜ ଭିତରେ ଥିବା ପ୍ରତିଭା ତାର ଆପଣା ଛାଏଁ ପ୍ରସ୍ଫୁଟିତ ହୋଇଚାଲିଛି ।
ଭାରତର ପ୍ରତିଟି ରାଜ୍ୟର ରାଜଧାନୀ ନାମ, ବିଭିନ୍ନ ବିଭାଗର ମନ୍ତ୍ରୀ ମାନଙ୍କ ନାମ, ଜାତୀୟ ମାନ୍ୟତା ପାଇଥିବା ଫୁଲ, ଫଳ, ପଶୁ, ପଖି, ଖାଦ୍ୟ, ବସ୍ତ୍ର ଆଦି ଅନେକ ପ୍ରଶ୍ନର ପ୍ରଞ୍ଜଳ ଭାବେ ଇଂରାଜ ରେ ଫଟାଫଟ ଉତ୍ତର ଦେଉଛି ସ୍ୱୟଂ ପ୍ରକାଶ । ଇଂରାଜୀରେ ବିଭିନ୍ନ ପୋଏମ, ପୋଏଟ୍ରି, ସ୍ପିଚ ଇତ୍ୟାଦି କହୁଛି । ଏବେବି ବାପା ମା ଙ୍କ କୋଳ ଛାଡ଼ିନି କିନ୍ତୁ ତୁଳସୀ ଦୁଇ ପତ୍ର ରୁ ବାସିବା ଭଳି ନିଜର ଅନ୍ତର୍ନିହିତ ଗୁଣ କୁ ସେ ପ୍ରଦର୍ଶିତ କରିପାରିଛି.ଏଥି ସହିତ ଆହୁରି ଅନେକ କିଛି ପ୍ରତିଭା ଲୁକ୍କାୟିତ ଅଛି ସ୍ୱୟଂ ପ୍ରକାଶ ପାଖରେ । ଦୁଇ ବର୍ଷ ବୟସ ରୁ ପୁଅ ସ୍ୱୟଂ ପ୍ରକାଶ ପାଖରେ ଏହିଭଳି ବିଚକ୍ଷଣ ପ୍ରତିଭା ଦେଖିଥିଲେ ବାପା ମା ।
ଇଂରାଜୀ ପ୍ରତି ପୁଅର ଦୁର୍ବଳତା ଦେଖି ବଡ଼ ସ୍କୁଲରେ ପଢାଇବାକୁ ବାପା, ମା ଙ୍କ ଇଚ୍ଛା । ସ୍ୱୟଂ ପ୍ରକାଶର ବାପା ଜଣେ ଦୋକାନୀ ହୋଇଥିବାରୁ ଅଧିକ ଟଙ୍କା ଖର୍ଚ୍ଚ କରି ପୁଅକୁ ବଡ଼ ସ୍କୁଲ ରେ ପଢାଇବାକୁ ସାମର୍ଥ୍ୟ ନଥିବାରୁ ପ୍ରଶାସନକୁ ସହାୟତା ନିମତେ ନିବେଦନ କରିଛନ୍ତି । ନିଜ ମେମୋରୀ ପାୱାର ଓ ବିଚକ୍ଷଣ ପ୍ରତିଭା ଦ୍ୱାରା ଅନେକ ମଞ୍ଚ ରେ ପୁରସ୍କୃତ ହୋଇଛି ସ୍ୱୟଂ ପ୍ରକାଶ.ଖେଳ କୁଦ ବୟସ ରେ ପାଠ ପ୍ରତି ତାର ରହିଛି ଦୁର୍ବଳତା. ଇଂରାଜୀ ଶିକ୍ଷା ପ୍ରତି ତାର ଆଗ୍ରହ ଓ ମନେ ରଖିବା ଅଦମ୍ୟ ଶକ୍ତି ର ବିଚକ୍ଷଣ ପ୍ରତିଭା କୁ ଦେଖି ପୁଅ ର ଆଗାମୀ ଭବିଷ୍ୟତ ପାଇଁ ବାପା ମାଆ ପୁର୍ଣ ଆଶାବାଦୀ ଅଛନ୍ତି ।