ଯୁବ ନିବେଶକଙ୍କ ପାଇଁ ଏଗ୍ରି ଷ୍ଟାର୍ଟଅପ୍ ତିଆରି କରାଯିବ : ନିର୍ମଳା ସୀତାରମଣ

0

ନୂଆଦିଲ୍ଲୀ : ବଜେଟ୍ ୨୦୨୩-୨୪ରେ ନିର୍ମଳା ସୀତାରମଣ କୃଷି ଓ କୃଷକଙ୍କ ବିକାଶ ପାଇଁ ଏକାଧିକ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି ।କୃଷି କ୍ଷେତ୍ରରେ ଆଗାମୀ ୩ ବର୍ଷରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ କରିବାକୁ ସାହାଯ୍ୟ କରାଯିବ ଏବଂ ଏଥିଲାଗି ୧୦,୦୦୦ ବାୟୋ ଇନପୁଟ୍ କେନ୍ଦ୍ର ଖୋଲାଯିବ।ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ର ରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ମାଗଣା ଶସ୍ୟ ଯୋଜନା ପାଇଁ ୨ ଲକ୍ଷ କୋଟି ଟଙ୍କା ବଜେଟ୍ ରଖାଯାଇଛି। । ଅର୍ଥମନ୍ତ୍ରୀ କହିଛନ୍ତି, କୃଷି ସହ ଜଡିତ ଷ୍ଟାର୍ଟଅପ୍ ମାନଙ୍କୁ ପ୍ରାଥମିକତା ଦିଆଯିବ । ଯୁବ ଉଦ୍ୟୋଗୀମାନଙ୍କ ଦ୍ୱାରା କୃଷି-ଷ୍ଟାର୍ଟଅପକୁ ଉତ୍ସାହିତ କରିବା ପାଇଁ ଏକ କୃଷି ତ୍ୱରାନ୍ୱିତ ପାଣ୍ଠି(Agriculture Accelerator Fund) ସୃଷ୍ଟି କରାଯିବ ।୬୩ ହଜାର ପ୍ରାଥମିକ କୃଷି ଋଣ ସୋସାଇଟିକୁ କମ୍ପ୍ୟୁଟରିକରଣ କରାଯିବ ।ସ ରକାର କୃଷି କ୍ଷେତ୍ର ପାଇଁ ଷ୍ଟୋରେଜ୍‌ କ୍ଷମତା ବୃଦ୍ଧି କରିବ । ମତ୍ସ୍ୟଜୀବୀ, ଗୋପାଳକ ଏବଂ ଅନ୍ୟ ସମସ୍ତ ପ୍ରକାର ପଶୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ ୨୦ ଲକ୍ଷ କୋଟି ଋଣ ପ୍ରଦାନ ପାଇଁ ଚଳିତ ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା.