ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହତରେ ଧରାପଡିଲେ କୃଷି ଅଧିକାରୀ

0

ଭୁବନେଶ୍ୱର : ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହତରେ ଧରାପଡିଲେ କୃଷି ଅଧିକାରୀ  । ଏ ଘଟଣା ଘଟିଛି ପଦ୍ମପୁର ପାଇକମାଳ ବସଷ୍ଟାଣ୍ଡରେ । କୃଷି ବିାଭଗର ଆସିଷ୍ଟାଣ୍ଡ ବ୍ଲକ ଅଫିସର ହେଉଛନ୍ତି ପ୍ରଶୟ କୁମାର ମନ୍ତ୍ରୀ । ସାର ଡିଲରଙ୍କ ଲାଇସେନ୍ସ ରଦ୍ଧ କରାଯିବାର ଭୟ ଦେଖାଇ ଲାଂଚ ମାଗୁଥିଲେ ସହକାରୀ କୃଷି ଅଧିକାରୀ । ଖବର ପାଇ ଆଗରୁ ଜଗି ବସିଥିଲେ ଭିଜିଲାନ୍ସ । ଦେଢ ଲକ୍ଷ ଟଙ୍କା ନେଉଥିବାବେଳେ ପାଇକମାଳ ବସଷ୍ଟାଣ୍ଡରେ ମାଡିବସିଲା ଭିଜିଲାନ୍ସ । ଏକକାଳୀନ ଭୁବନେଶ୍ୱର, ତିଜିରିଆ, କଟକ ଓ ପାଇକମାଳ ସ୍ଥିତ ସରକାରୀ ଭବନରେ ଚଢାଉ ଚାଲିଛି ।