ବାୟୁସେନାର ଏମଆଇଜି ୨୧ ବିମାନ ଦୁର୍ଘଟଣାଗ୍ରସ୍ତ

0

ଜୟପୁର: ଭାରତୀୟ ବାୟୁସେନାର ଏମଆଇଜି ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ରାଜସ୍ଥାନର ବାଡମେର ଜିଲ୍ଲା ଅନ୍ତର୍ଗତ ଭୁଟାରିଆ ଗାଁରେ ଏହି ଦୁର୍ଘଟଣା ଘଟିଛି। ତେବେ ପାଇଲଟମାନେ ପାରାଚୁଟରେ ସୁରକ୍ଷିତ ରକ୍ଷା ପାଇଛନ୍ତି । ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ବୋଲି ବାୟୁସେନା ପକ୍ଷରୁ ଟ୍ୱିଟ୍ କରିଛି। ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା । ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଆକାଶରେ ବଜ୍ରପାତ ଭଳି ଶବ୍ଦ ହୋଇଥିଲା । ଏହା ପରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଅନେକ ଦୂର ଯାଏ ଆକାଶରେ ଧୂଆଁ ବ୍ୟାପି ଯ।।ଇଥିଲା । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସ୍ଥାନରେ କିଛି କୁଡିଆ ଘର ଥିବାରୁ ସେହି କୁଡିଆରେ ନିଆଁ ଲାଗିଯାଇଛି। ତେବେ କୌଣସି ପ୍ରାଣହାନୀ ହୋଇନଥିବା ଜଣାପଡ଼ିଛି। ବିମାନଟି ବାଡମେରର ଉତ୍ତରରେ ଥିବା ଏୟାରବେସକୁ ଉଡ଼ାଣ ଭରିଥିଲା। ହେଲେ ହଠାତ୍ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।