ଲାଳକିଲ୍ଲା ପରେଡରେ ଭାଗନେଇ ତୋପ ସଲାମୀ ଦେବେ ବାୟୁସେନା ଯବାନ ରିତିକ୍ ରୋଷନ

0

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଭେଳା ଗାଁର ଯୁବରାଜ ସାହୁ ଓ ସୁଦେଶ୍ନା ଖମାରୀ ଙ୍କ ସୁପୂତ୍ର ରିତିକ ରୋଷନ ସାହୁ ବୟସ (୨୩)। ଦେଶର ୭୫ ବର୍ଷ ସ୍ଵାଧୀନତା ଦିବସ ପାଳନ ଅବସରରେ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଦିଲ୍ଲୀ ସ୍ଥିତ ଲାଳକିଲ୍ଲା ରେ ହେବାକୁ ଥିବା ଜାତୀୟସ୍ତରୀୟ ପରେଡ କାର୍ଯ୍ୟକ୍ରମ ରେ ରୀତିକ ରୋଷନ ଭାଗନେବେ। ରୀତିକ ଦେଶର ବାୟୁସେନା ରେ ଚାକିରି କରନ୍ତି। ଆସନ୍ତା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାୟୁସେନା ତରଫରୁ ଦିଲ୍ଲୀ ସ୍ଥିତ ଲାଳକିଲ୍ଲା ଠାରେ ପରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ବାୟୁସେନା ତରଫରୁ ପରେଡରେ ଭାଗ ନେବା ପାଇଁ ଚୟନ ପ୍ରକିୟା କରାଯାଇଥିଲା। ଏହି ଚୟନ ପ୍ରକ୍ରିୟା ରେ ରୀତିକ ପରେଡରେ ଭାଗନେବା ସହ ତୋପ ସଲାମୀ ଦେବା ପାଇଁ ମନୋନୀତ ହୋଇଛନ୍ତି।

ସୂଚନା ଥାଉକି ରିତିକଙ୍କ ପୈତୃକ ଗ୍ରାମ-ମହନି ଲହ, ପୋଷ୍ଟ-ମହୁଲ୍ ପାଟି, ବ୍ଲକ୍- ତୁରେକେଲା,ଜିଲ୍ଲା ବଲାଙ୍ଗୀର ଅଟେ। ରୀତିକ ୩୦ ସେପ୍ଟେମ୍ବର ୨୦୦୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ରୀତିକଙ୍କ ମାଁ ସୁଦେସ୍ନା ଖମାରୀ ଭେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳା ସ୍ବାସ୍ଥ୍ୟକର୍ମୀ ଭାବରେ କାମ କରନ୍ତି। ତେଣୁ ରୀତିକ ଭେଲାରୁ ହିଁ ପାଠପଢା ଆରମ୍ଭ କରିଥିଲେ। ରୀତିକ ଭେଳା ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ତାପରେ ପାଟଣାଗଡ଼ ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ପାଟଣାଗଡ଼ ଅରବିନ୍ଦ ଶିକ୍ଷାକେନ୍ଦ୍ରରେ ଦଶମ ପାସ୍ କଳା ପରେ ସମ୍ବଳପୂର୍ ନିଉଟନ୍ କଲେଜ ରେ +୨ ବିଜ୍ଞାନ ପାସ୍ କରି ବ୍ରହ୍ମପୁର ରେ କୋଚିଂ କରୁଥିଲେ। ସେହି ସମୟରେ ନେଭି ରେ ପ୍ରବେଶିକା ପରୀକ୍ଷା ଦେଇଥିଲେ ହେଲେ ୨ ମାର୍କ କାମ ହୋଇ ଯାଇଥିବାରୁ  ନେଭୀ ରେ ଚାକିରୀ କରିବାରୁ ବଞ୍ଚିତ  ହୁଅନ୍ତି ରୀତିକ। ଠିକ୍ ପରେ ପରେ ୨୦୧୯ ମସିହାରେ ବାୟୁସେନାର ଯବାନ ପାଇଁ ପ୍ରବେଶିକା ପରୀକ୍ଷା ଦେଇ ବାୟୁସେନାର ଯବାନ ହେବପାଇଁ ପ୍ରବେଶିକା ପରୀକ୍ଷାରେ ପାସ୍ ହୋଇଗଲେ।

ଯେତେବେଳେ ରୀତିକ ବାୟୁସେନାର ଯବାନ ପାଇଁ ମନୋନୀତ ହେଲେ ପରିବାର ରେ ଖୁସିର ଲହରୀ ଖେଳି ଯାଇଥିଲା।ଆଉ ରିତିକ ମଧ୍ୟ ମୋର ସ୍ବପ୍ନ ପୁରୁଣ ହେଲା ବୋଲି ବହୁ ଖୁସି ଅନୁଭବ କରିଥିଲେ। କାହିଁକି ନା ରୀତିକ ଛୋଟ ବେଳରୁ କହୁଥିଲେ ମୁଁ ଚାକିରୀ କରିବି ତ ଭାରତୀୟ ଯବାନ ଚାକିରୀ କରିବି ଆଉ ଦେଶ ପାଇଁ ସେବା କରିବି।ଆଉ ସେ ନିଜ ଲକ୍ଷ ପୂରଣ କଲେ।ପରେ ୨୦୨୦ ରୁ ୨୦୨୨ ଜାନୁୟାରୀ ପର୍ଯ୍ୟନ୍ତ କଲିକତା ଓ ଚେନ୍ନାଇ ଠାରେ ବାୟୁସେନାରେ ଟ୍ରେନିଂ କଲେ ଏବଂ ୧୧ ଫେବୃୟାରୀ ୨୦୨୨ ଦିଲ୍ଲୀରେ ବାୟୁସେନାର ଯବାନ ଭାବରେ ଚାକିରୀ ଜୀବନ ଆରମ୍ଭ କଲେ।ବର୍ତ୍ତମାନ ରୀତିକ ଦିଲ୍ଲୀ ବାୟୁସେନା ରେ  କାର୍ଯ୍ୟରତ ଅଛନ୍ତି।ଆଉ ଏବେ ଦିଲ୍ଲୀ ସ୍ଥିତ ଲାଳକିଲ୍ଲା ରେ ହେବାକୁ ଥିବା ଜାତୀୟସ୍ତରୀୟ ପରେଡ ରେ ଭାଗ ନେବେ। ଏହି ଖବର ପାଇ ବାପା ଯୁବରାଜ ସାହୁ ଓ ମାଁ ସୁଦେସ୍ନା ଖମାରୀ, ଅଜା ରଞ୍ଜିତ ସାହୁ, ପ୍ରମୋଦ ସାହୁ, ହେମନ୍ତ ସାହୁ ପ୍ରମୁଖ ବହୁ ଖୁସି ଅନୁଭବ କରିଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।ଦିଲ୍ଲୀ ସ୍ଥିତ ଲାଳକିଲ୍ଲା ରେ ପ୍ରଥମ ଥରପାଇଁ ଗାଁର ପିଲା ଭାଗ ନେଉଥିବାରୁ ଗାଁ ରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ଏପଟେ ଏହି ଖବର ପାଇ ସାରା ଗାଁ ତଥା ସାରା ଜିଲ୍ଲା ଗର୍ବ ଅନୁଭବ କରୁଥିବା ବେଳେ ରୀତିକଙ୍କ ରୀତିକଙ୍କ ପୈତୃକ ଗାଁରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି ପରିବାର ଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି।