ଟୀକା ବିନା ଉଡାଣ ବନ୍ଦ ନିଷ୍ପତି, ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଚିଠି

0

(ଦିଲ୍ଲୀ) : ଦେଶରେ କରୋନା ମାମଲା ବୃଦ୍ଧି ଓ ମୃତ୍ୟୁର ହାର ଭୟଙ୍କର ହେବାରେ ଲାଗିଛି । ଏହାରି ଭିତରେ ଏୟାର ଇଣ୍ଡିଆର ପାଇଲଟମାନେ ମଧ୍ୟ ଭୟବିତ୍ତ ହେଇଯାଇଛନ୍ତି । ପାଇଲଟମାନେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଟିକା ଦିଆଯାଉ ବୋଲି ଦାବି କରିଛନ୍ତି । କହିଛନ୍ତି, ଫ୍ଲାଇଂ କ୍ରୁକୁ ପ୍ରାଥମିକତାର ଆଧାରରେ କରୋନାରୁ ରକ୍ଷା ପାଇବାର ପାଇଁ ସ୍ୱତନ୍ତ୍ର ପ୍ରବନ୍ଧ କରାଯାଉ । ନୁହେଁ ତ ସେମାନେ ଉଡ଼ାଣ ବନ୍ଦ କରିଦେବେ । ପାଇଲଟ୍‌ମାନେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦାବି କରିଥିବା ସୂଚନା ମିଳିଛି ।

ସୂଚନାନୁସାରେ , କରୋନାର ଏହି ସଙ୍କଟ ସମୟରେ ପାଇଲଟମାନଙ୍କ ଭୂମିକା ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି । କାରଣ ଅକ୍ସିଜେନ୍‌ରୁ ନେଇ ଔଷଧ ଯାଏ ଦାୟିତ୍ୱ ଭାର ନିର୍ବାହ କରୁଛନ୍ତି ।