ମୁମ୍ବାଇ : କପିଲଙ୍କ ସୋକୁ ଆସିଲେନି ବିଶ୍ୱ ସୁନ୍ଦରୀ। ବଲିଉଡର ଆଗଧାଡିର ଚର୍ଚ୍ଚିତ ଚେହେରା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଦୀର୍ଘ ବର୍ଷ ପରେ ଐଶ୍ୱର୍ଯ୍ୟା ରାୟ ବଡ ପରଦାକୁ ଫେରୁଛନ୍ତି। ତାହା ପୁଣି ମଣି ରତ୍ନମଙ୍କ ଫିଲ୍ମ ପୋନିୟିନ୍ ସେଲଭାନ୍ରେ ନଜର ଆସିବେ । ଦି କପିଲ ଶର୍ମା ଶୋ’ରେ ଫିଲ୍ମର ପୁରା ଟିମ୍ ପ୍ରମୋସନ ପାଇଁ ଯାଇଥିଲା। ଯାହାର ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଐଶ୍ୱର୍ଯ୍ୟା ଏଥିରେ ଦେଖିବାକୁ ମିଳି ନାହାନ୍ତିା କୁହାଯାଉଛି ଯେ ଏହି ଫିଲ୍ମ ୫୦୦ କୋଟି ବଜେଟରେ ନିର୍ମିତ ହେଉଛି।
ଏଥର ସାଉଥ ଷ୍ଟାର ବିକ୍ରମ, ଶୋଭିତା ଧୁଲିପାଲ, ତ୍ରିଶା କୃଷ୍ଣନ, କାର୍ତ୍ତି ଏବଂ ଜୟମ ରବି ଶୋ’ରେ ପହଞ୍ଚି ଥିବାବେଳେ। କିନ୍ତୁ ଐଶ୍ୱର୍ଯ୍ୟାଙ୍କୁ ଏହି ପ୍ରମୋରେ ଦେଖିବାକୁ ମିଳି ନାହାନ୍ତି । ଏଭଳି ପରିସ୍ଥିତିରେ ଲୋକମାନେଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତ ସାଉଥ କଳାକାର ଫିଲ୍ମର ପ୍ରମୋସନ୍ ପାଇଁ ହିନ୍ଦି ଶୋ’ରେ ପହଞ୍ଚିଥିଲେ, କିନ୍ତୁ ଐଶ୍ୱର୍ଯ୍ୟା କପିଲଙ୍କ ଶୋ’କୁ କାହିଁକି ଆସିଲେ ନାହିଁ। ଯେତେବେଳେ ସେ ସାଉଥରେ ଫିଲ୍ମର ପ୍ରମୋସନ କରୁଛନ୍ତି ।