ଏ.କେ.ଆଣ୍ଟୋନିକଙ୍କ ପୁଅ ତଥା କଂଗ୍ରେସ ନେତା ଅନୀଲ ଆଣ୍ଟୋନି ଦଳରୁ ଇସ୍ତଫା ଦେଲେ

0

ନୂଆଦିଲ୍ଲୀ : କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଏ.କେ.ଆଣ୍ଟୋନିକଙ୍କ ପୁଅ ତଥା କଂଗ୍ରେସ ନେତା ଅନୀଲ ଆଣ୍ଟୋନି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ପର୍ୟ୍ୟବେଶିତ ଇଣ୍ଡିଆ ଦି ମୋଦୀ କ୍ବେଶ୍ଚନ୍ ଶୀର୍ଷକ ବୃତ୍ତଚିତ୍ର ନିମନ୍ତେ ବିବିସିକୁ ସମାଲୋଚନା କରିବାର ଦିନକ ପରେ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ.ଆଣ୍ଟୋନିକଙ୍କ ପୁଅ ଅନୀଲ ଆଣ୍ଟୋନି ଦଳରୁ ଇସ୍ତଫା ଦଇଛନ୍ତି । ଇସ୍ତଫା ଦେବା ପରେ ସେ କହିଛନ୍ତି କି,ଟୁଇଟ୍ ପ୍ରତ୍ୟାହାର କରିନେବା ନିମନ୍ତେ ମୋ ପାଖକୁ ସଂକୀର୍ଣ୍ଣ ମନୋଭାବାପନ୍ନ ବ୍ୟକ୍ତିଙ୍କ କଲ୍ ଆସୁଛି । ହେଲେ ମୁଁ ତାହା କରିବାକୁ ଅରାଜି ହେବାରୁ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଉଛି । କେପିସିସି’ ଡିଜିଟାଲ୍ ମିଡିଆର ଆବାହକ ଓ କଂଗ୍ରେସ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ୍ କମ୍ୟୁନିକେସନ୍ ସେଲ୍’ର ଦାୟିତ୍ବ ଛାଡ଼ିଥିବା କହି ଅନୀଲ ଲେଖିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ ଅଛି । ତେବେ ମଙ୍ଗଳବାରେ ଘଟିଥିବା ଘଟଣାକୁ ବିଚାର କରି ମୋର କଂଗ୍ରେସର ସମସ୍ତ ଦାୟିତ୍ବ ଛାଡ଼ିଦେବା ଉଚିତ ବୋଲି ଭାବିଲି । ଅନୀଲଙ୍କ ମତରେ କେରଳ କଂଗ୍ରେସର ମତାମତକୁ ବିରୋଧ କରୁଛି। ଉକ୍ତ ବୃତ୍ତଚିତ୍ର ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରସାରଣ କରାଯାଉ ବୋଲି କେରଳ କଂଗ୍ରେସ ମତ ଦେଇଛି।