ଆରଡି ଆଖଣ୍ଡଳମଣୀ ପୀଠ ବୁଲି ଦେଖିଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

0

ଭଦ୍ରକ : ଆଜି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳଣମଣୀ ପୀଠ ଗସ୍ତ କରିଛନ୍ତି ବିଜେଡି ସାଗଂଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ | ପୀଠ ଗସ୍ତ କରି ପୀଠରେ ଜାରି ରହିଥିବା ଉନ୍ନତି ମୂଳକ କାମ ବୁଲି ଦେଖିବା ସହ ପୀଠର ସୁବିଧା ଓ ଅସୁବିଧା ସମ୍ବଦ୍ଧରେ ସ୍ଥାନୀୟ ସେବାୟତଙ୍କ ସହ ଆଲୋଚନା କରିଥିଲେ | ସେବାୟତମାନେ ପୀଠରେ ମାଷ୍ଟର ପ୍ଲାନ କାର୍ଯ୍ୟକାରୀ କରିବାକୁ ଦାବି ରଖିଥିଲେ । ବିଜେଡି ସାଗଂଠନିକ ସମ୍ପାଦକ ଆରଡିରେ ପହଁଚିବା ପରେ ଚାନ୍ଦବାଲି ବିଧାୟକ , ଭଦ୍ରକ ବିଧାୟକ , ଭଦ୍ରକ ସାଂସଦ ସମେତ ବିଜେଡିର ବହୁ ଛାମୁଆ ନେତୃତ୍ୱ ତାଙ୍କୁ ସ୍ୱାଗତ କରିଥିଲେ ।
ଏହାସହ ପରେ ଆଖଣ୍ଡଳମଣୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ | ପୀଠର ବିକାଶ ପାଇଁ ନିଜର ଦଳୀୟ ନେତାଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ପ୍ରଣବ । ତେବେ ପ୍ରଣବ ପ୍ରକାଶ ଦାସଙ୍କ ଆରଡି ଗ୍ରସ୍ତ ପରେ ପୀଠରେ ଖୁିବ ଶୀଘ୍ର ମାଷ୍ଟର ପ୍ଲାନ କାର୍ଯ୍ୟକାରୀ ହେବ ବୋଲି ଆଶା ପ୍ରକଟ କରିଛନ୍ତି ସେବାୟତ |