ଓଟିଟିରେ ରିଲିଜ ହେବ ଫିଲ୍ମ ‘ବଚ୍ଚନ ପାଣ୍ଡେ’

ଓଟିଟିରେ ରିଲିଜ ପାଇଁ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି ।

0

(ମୁମ୍ବାଇ) : ଓଟିଟିରେ ରିଲିଜ ପାଇଁ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି । ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ବକ୍ସ ଅଫିସ ଧୁମ ମଚାଇବ ବୋଲି ଆଶା କରାଯାଉଛି । ଏହା ଏପ୍ରିଲ୍ ୧୫ ରେ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଯାଉଛି।

 

ଏହି ଫିଲ୍ମରେ ଅକ୍ଷୟଙ୍କ ସହ କ୍ରିତି ସାନନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅର୍ଶଦ ୱାର୍ସି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ପ୍ରାଇମ୍ ଭିଡିଓରେ ୨୪୦ ଟି ଦେଶରେ ଏହି ଫିଲ୍ମଟି ପ୍ରସାରିତ ହେଉଛି। ଏହାପୂର୍ବରୁ ଅକ୍ଷୟଙ୍କ ‘ବେଲବଟମ୍’ ପ୍ରାଇମ୍ ଭିଡିଓରେ ଆସିଥିଲା। ​​‘ବଚ୍ଚନ ପାଣ୍ଡେ’ର ନିର୍ଦ୍ଦେଶନା ଫରହାଦ୍ ସାମଜୀ ଦେଇଛନ୍ତି।

ଫିଲ୍ମ ବିଷୟରେ ଅକ୍ଷୟ କହିଛନ୍ତି, “ବଚ୍ଚନ ପାଣ୍ଡେ ଡ୍ରାମା ଏବଂ କମେଡି, ଦର୍ଶକମାନେ ବର୍ତ୍ତମାନ ନିଜ ଘରେ ଆରାମରେ ଫିଲ୍ମକୁ ଉପଭୋଗ କରିପାରିବେ।