ପତ୍ନୀଙ୍କ ପାଇଁ ପ୍ରେମ ଭରା ଫୋଟୋ ପୋଷ୍ଟ କଲେ ଖିଲାଡ଼ି

ନିକଟରେ ଯାଇଛି ଖିଲାଡ଼ି ଅର୍ଥାତ୍ ଅକ୍ଷୟ କୁମାର ଏବଂ ପତ୍ନୀ ଟ୍ବିଙ୍କିଲ୍ ଖାନ୍ନା ବିବାହ ବାର୍ଷିକ ଦିବସ । ୧୭ ଜାନୁଆରୀ ୨୦୦୧ରେ ପରଷ୍ପରର ହାତ ଧରିଥିଲେ ବଲିଉଡର ଏହି କପୁଲ ।

0

(ମୁମ୍ବାଇ) : ନିକଟରେ ଯାଇଛି ଖିଲାଡ଼ି ଅର୍ଥାତ୍ ଅକ୍ଷୟ କୁମାର ଏବଂ ପତ୍ନୀ ଟ୍ବିଙ୍କିଲ୍ ଖାନ୍ନା ବିବାହ ବାର୍ଷିକ ଦିବସ । ୧୭ ଜାନୁଆରୀ ୨୦୦୧ରେ ପରଷ୍ପରର ହାତ ଧରିଥିଲେ ବଲିଉଡର ଏହି କପୁଲ । ତେବେ​‌ ଆଜି ଉଭୟଙ୍କ ବିବାହକୁ ୨୧ ବର୍ଷ ପୁରିଛି । ଏହି ଖୁସିର ଅବସରେ ଅକ୍ଷୟ ସୋସିଆଲ ମିଡିଆ ପେଜ୍‌​‌ରେ ପତ୍ନୀ ଟ୍ବିଙ୍କିଲ୍‌ଙ୍କର ଏକ ସୁନ୍ଦର ଫଟୋ ସେୟାର କରିବା ସହିତ ନିଜର ମନର କଥାକୁ ପୋଷ୍ଟ କରିଛନ୍ତି ।

ସୂଚନାନୁଯାୟୀ ,ଟ୍ବିଙ୍କିଲ୍ ଖାନ୍ନା ଏବଂ ଅକ୍ଷୟଙ୍କ ବିବାହକୁ ପୂରିଛି ୨୧ ବର୍ଷ । ଫଟୋ ସହିତ ଅକ୍ଷୟ ମଧ୍ୟ ଗୋଟିଏ ରୋମାଣ୍ଟିକ୍ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ​‌ଯେଉଁଥିରେ ଅକ୍ଷୟ ଲେଖିଛନ୍ତି,ଆମ ବିବାହକୁ ୨୧ ବର୍ଷ ହୋଇଗଲା, କିନ୍ତୁ ମତେ ଏମିତି ଲାଗୁଛି , ସତେ ଯେମିତି ମୁଁ ଏବେବି ତୁମକୁ ଜାଣିବାକୁ ଚେଷ୍ଟା କରୁଛି । ତୁମକୁ ହୃଦୟରୁ ଧନ୍ୟବାଦ ମୋ ସବୁ ଦିନକୁ ତୁମେ ପ୍ରଥମ ଦିନ ଭଳି ବନେଇଥିବାରୁ, ହ୍ୟାପି ଆନିଭର୍ସରୀ ଟିନା”। ଏହି କ୍ୟାପସନ୍ ସହିତ ଅକ୍ଷୟ କିସ୍ ଏବଂ ହର୍ଟର ଇମୋଜି ମଧ୍ୟ ଦେଇଛନ୍ତି ଏବଂ ହ୍ୟାସଟ୍ୟାଗ ଦେଇ ଲେଖିଛନ୍ତି #21YearsOfAdventure ।