ଭାଇରଲ ହେଲା ଆଲିଆଙ୍କ ବ୍ରାଇଡାଲ ଲୁକ

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ।

0

(ମୁମ୍ବାଇ) : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ। ଅଭିନେତା ରଣବୀର କପୁରଙ୍କୁ ସେ ବିବାହ କରିବେ। ଆସନ୍ତା ଏପ୍ରିଲ ମାସରେ ବିବାହ ହେବ ବୋଲି ଉଭୟଙ୍କ ପରିବାର ପକ୍ଷରୁ ଜୋରସୋରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏହାରି ଭିତରେ ବ୍ରାଇଡାଲ ଲୁକରେ ଭାଇରଲ ହେଲେ ଆଲିଆ।

ସୂଚନାନୁଯାୟୀ , ନିକଟରେ ମାନ୍ୟବହ ମୋହର ଏକ ବିଜ୍ଞାପନରେ ଆଲିଆ ଭଟ୍ଟ ନଜର ଆସିଛନ୍ତି। ଏହି ବିଜ୍ଞାପନରେ ଆଲିଆଙ୍କ ବ୍ରାଇଡାଲ ଲୁକ୍‌ ଓ ବାପା ମା’ ଓ ବିବାହକୁ ନେଇ ଦେଇଥିବା ବୟାନ ଏବେ ଲାଇମଲାଇଟ୍‌ରେ ରହିଛି। ଏହି ବିଜ୍ଞାପନରେ ସେ ବିବାହ ଦିନ ନିଜ ବାପାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।