‘ଆରଆରଆର’ ପୋଷ୍ଟର ଡିଲିଟ ପଛର କାରଣ କହିଲେ ଆଲିଆ

ସୋସିଆଲ  ମିଡିଆ ୟୁଜର୍ସଙ୍କୁ କଡା ଜବାବ ଦେଲେ ଆଲିଆ ।

0

(ମୁମ୍ବାଇ) : ସୋସିଆଲ  ମିଡିଆ ୟୁଜର୍ସଙ୍କୁ କଡା ଜବାବ ଦେଲେ ଆଲିଆ । ନିଜ ଅନୁମାନକୁ ଅନ୍ୟ ଉପରେ ଲଦି ଦେବା ଠିକ୍‌ ନୁହେଁ। ଇନଷ୍ଟାଗ୍ରାମରେ ଆଲିଆଙ୍କ ଏହି ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ , ‘ ନିଜ ଇନଷ୍ଟାଗ୍ରାମରୁ ନିର୍ଦ୍ଦେଶକ ରାଜମୌଲିଙ୍କୁ ଅନଫଲୋ କରିବା ସହ ଆରଆରଆରର ପୋଷ୍ଟର ଡିଲିଟ ଖବର ପ୍ରଚାରିତ ହୋଇଥିଲା। ହେଲେ ଏହାକୁ ସିଧା ସିଧା ଖଣ୍ଡନ କରିଛନ୍ତି ଆଲିଆ। ନିଜ ପୋଷ୍ଟରେ ଆଲିଆ ସ୍ୱଷ୍ଟ କରିଛନ୍ତି, ମୁଁ ସବୁବେଳେ ମୋ ସୋଶାଲ ମିଡିଆ ଆକାଉଣ୍ଟକୁ ତାଜା ରଖିବାକୁ ଚେଷ୍ଟା କରେ, ତେଣୁ ପୁରୁଣା ପୋଷ୍ଟକୁ ହଟାଇ ନୂଆ ଫଟୋ, ଭିଡିଓକୁ ସାମିଲ କରେ।


ସେ ନିଜ ଇନଷ୍ଟାରେ ଲେଖିଛନ୍ତି, “ମୁଁ ଚିରଦିନ ପାଇଁ କୃତଜ୍ଞ ଯେ ମୁଁ RRR ଫିଲ୍ମର ଏକ ଅଂଶ ହୋଇପାରିଛି। ମୁଁ ସୀତା ରୋଲକୁ ଖୁବ୍‌ ଭଲ ପାଉଥିଲି। ରାଜମୌଲି ସାରଙ୍କ ନିର୍ଦ୍ଦେଶନାରେ କାମ କରିବା କୌଣସି ସୌଭାଗ୍ୟଠାରୁ କମ୍‌ ନୁହେଁ।