ଖୁବଶୀଘ୍ର ହଲିଉଡରେ ଡେବ୍ୟୁ କରିବେ ଅଭିନେତ୍ରୀ ଆଲିଆ ଭଟ୍ଟ

ଟମ ହାର୍ପରଙ୍କ ନିର୍ଦ୍ଦେଶିତ ସ୍ପାଇ ଥ୍ରୀଲର ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ରେ ଆଲିଆଙ୍କୁ ହଲିଉଡ ଅଭିନେତ୍ରୀ ଗାଲ୍ ଗଡୋଟଙ୍କ ସହ ଦେଖିବାକୁ ମିଳିବ।

0

 (ମୁମ୍ବାଇ) : ଖୁବଶୀଘ୍ର ହଲିଉଡରେ ଡେବ୍ୟୁ କରିବେ ଅଭିନେତ୍ରୀ ଆଲିଆ ଭଟ୍ଟ । ଟମ ହାର୍ପରଙ୍କ ନିର୍ଦ୍ଦେଶିତ ସ୍ପାଇ ଥ୍ରୀଲର ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ରେ ଆଲିଆଙ୍କୁ ହଲିଉଡ ଅଭିନେତ୍ରୀ ଗାଲ୍ ଗଡୋଟଙ୍କ ସହ ଦେଖିବାକୁ ମିଳିବ। ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। ସୋସିଆଲ ମିଡିଆରେ ଫିଲ୍ମର ସେଟରୁ ନିଜ ଫଟୋ ସେୟାର କରି ଗାଲ ଏହି ସୂଚନା ଦେଇଛନ୍ତି।

 

 

ସୂଚନାନୁଯାୟୀ , ଫିଲ୍ମରେ ଗାଲ୍ ଗାଡୋଟ୍ ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ତେବେ ଆଲିଆଙ୍କ ଚରିତ୍ର ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଗାଲ୍ ଗାଡୋଟ୍ ଏବଂ ଆଲିଆଙ୍କ ବ୍ୟତୀତ ଜେମି ଡର୍ନାନ୍ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଆଲିଆ ଫିଲ୍ମ ପାଇଁ ସୁଟିଂ କେବେ ଆରମ୍ଭ କରିବେ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ତେବେ ଗାଲ ଗାଡୋଟ୍ ଫିଲ୍ମର ସୁଟିଂ ଆରମ୍ଭ କରିସାରିଛନ୍ତି।