୧୪ରୁ ଆରମ୍ଭ ହେବ ରଣବୀର ଓ ଆଲିୟାଙ୍କ ବିବାହ ଉତ୍ସବ
ନିକଟରେ ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ବିବାହ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।
(ମୁମ୍ବାଇ) : ନିକଟରେ ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ବିବାହ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ଦୀର୍ଘ ଦିନର ଅପେକ୍ଷା ପରେ ଏହା ସ୍ୱଷ୍ଟ ହୋଇଛି । ଏହି ଯୋଡ଼ିଙ୍କ ବିବାହ ଉତ୍ସବ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ।
ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ଓ ଭବ୍ୟ ବିବାହ ଉତ୍ସବ ଚେମ୍ବୁର ସ୍ଥିତ ‘ଆର୍କେ ହାଉସ୍’ରେ ଅନୁଷ୍ଠିତ ହେବ । ୩-୪ ଦିନର ଉତ୍ସବ ପରେ ପଞ୍ଜାବୀ ରୀତିନୀତିରେ ଉଭୟ ଏପ୍ରିଲ ୧୭ ତାରିଖରେ ବିବାହ କରିବେ ।
ଉଭୟ ନିଜ ବିବାହ ଟିମ୍କୁ ନନ୍ ଡିସ୍କ୍ଲୋଜର୍ ଏଗ୍ରିମେଣ୍ଟ’ରେ ସାଇନ୍ କରାଇଛନ୍ତି । ଅର୍ଥାତ ବିବାହ ଆୟୋଜନର କୌଣସି ଫଟୋ ବା ଭିଡିଓ କିମ୍ବା ସୂଚନା ବାହାରେ ଲିକ୍ କରିବାର ଅନୁମତି ସେମାନଙ୍କୁ ଦିଆଯିବ ନାହିଁ ।