ବରିଷ୍ଠ କଂଗ୍ରେସ ନେତା ଏକେ ୱାଲିଆଙ୍କ ଦେହାନ୍ତ

0

ନୂଆଦିଲ୍ଲୀ : କୋଭିଡ-୧୯ରେ ଆକ୍ରାନ୍ତ ଥିବା କଂଗ୍ରେସ ନେତା ଡ. ଏକେ ୱାଲିଆ(୭୨)ଙ୍କ ଦେହାନ୍ତ ହୋଇଯାଇଛି । ଶ୍ରୀ ୱାଲିଆ ଦିଲ୍ଲୀର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ରୀ ୱାଲିଆ ବିଧାନସଭା ନିର୍ବାଚନରେ ଚାରି ଥର ବିଜୟ ହାସଲ କରିଥିଲେ । ଡ. ୱାଲିଆ ୪ର୍ଥ ଥର ଲକ୍ଷ୍ମୀନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିବା ସହ ସ୍ୱାସ୍ଥ୍ୟ, ନଗରାଞ୍ଚଳ ବିକାଶ, ଜମି ଓ ନିର୍ମାଣ ବିଭାଗର ମନ୍ତ୍ରୀଥିଲେ ।