ମା’ ହେବେ ଆଲିୟା

0

ମୁମ୍ବାଇ:ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ଆଲିଆ ଭଟ୍ଟ । ଆଲିଆ ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟକରି ଜଣାଇଛନ୍ତି ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ଆଲିଆ ଏକ ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଆଲିଆ ହସପିଟାଲରେ ରଣବୀରଙ୍କ ସହିତ ଅଛନ୍ତି। ଆଉ ହସପିଟାଲ ବେଡରେ ଆଲିଆ ମନିଟରରେ ଲଭ୍‌ ସଂକେତ ଥିବା ଫଟୋକୁ ଦେଖୁଛନ୍ତି। ଆଉ ଇନଷ୍ଟାରେ ଲେଖିଛନ୍ତି, ଆମ ପିଲା, ଖୁବଶୀଘ୍ର ଆସୁଛି। ଏହାସହିତ ଲଭ୍‌ ଇମୋଜୀ ମଧ୍ୟ ଦେଇଛନ୍ତି। ଆଉ ଆଲିଆଙ୍କ ଏହି ଫଟୋ ଦେଖିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଆଲିଆଙ୍କ ଏହି ଫଟୋରେ ବଲିଉଡ ସେଲିବ୍ରିଟି ଅଭିନନ୍ଦନ ଜଣାଇଛନ୍ତି। ପ୍ରିୟଙ୍କା ଚୋପ୍ରା, ନୀତି ମୋହନ, ରିଦ୍ଧିମା କପୁର, ରକୁଲପ୍ରୀତ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।ଆଲିଆ ଏବଂ ରଣବୀର ଦୁହେଁ ଏପ୍ରିଲ ୧୪ ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ।