ଭୁବନେଶ୍ୱର : ରକ୍ତହୀନତା ଯୋଗୁଁ ଅସୁସ୍ଥ ହୋଇ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ବସ୍ତା ବୁଝିବା ପାଇଁ 5T ସଚିବ ଭିକେ ପାଣ୍ଡିଆନ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଧାୟିକାଙ୍କୁ ହସ୍ପିଟାଲ ରେ ସାକ୍ଷାତ କରି ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।