ଆସନ୍ତା ମାସରେ ୧୫ ଦିନ ଛୁଟି ରହିବ ସମସ୍ତ ବ୍ୟାଙ୍କ

0

ଭାରତୀୟ ରିଜର୍ଭ ବ୍ୟଙ୍କ ତରଫରୁ ପ୍ରକାଶ ପାଇ ଯାଇଛି ଛୁଟି ତାଲିକା । ପ୍ରତିମାସ ପରି ଏପ୍ରିଲ ମଙ୍କସର ବି ପ୍ରକାଶ ପାଇଲା ଛୁଟି ତାଲିକା ।ଏପ୍ରିଲ ମାସରେ ଅନେକ ଗୁଡିଏ ପର୍ବ ରହିଥିବା ରୁ ରିଜର୍ଭ ବ୍ୟାଙ୍କ ଛୁଟି ତାଲିକା ମୁତାବକ ପ୍ରାୟ ୧୫ ଦିନ ଛୁଟି ରହିବ ସମସ୍ତ ବ୍ୟାଙ୍କ । ଏପ୍ରିଲ ପହିଲାରେ ବ୍ୟାଙ୍କର ବାର୍ଷିକ କ୍ଲୋଜିଂ ପାଇଁ ସେଦିନ ବ୍ୟାଙ୍କ ଖୋଲା ରହିଲେ ବି ନେଣଦେଣ ହୋଇପାରିବ ନାହିଁ । ଏପ୍ରିଲ ୨ ରବିବାର କାରଣରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଏପ୍ରିଲ ୪ ତାରିଖରେ ମହାବୀର ଜୟନ୍ତୀ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୫ ତାରିଖରେ ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ପାଇଁ ବ୍ୟାଙ୍କ ବନ୍ଦ । ସେହିଭଳି ଏପ୍ରିଲ ୭ ତାରିଖ ଗୁଡ ଫ୍ରାଇଡେ , ଏପ୍ରିଲ ୮ ତାରିଖ ମାସର ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ । ଅନ୍ୟପଟେ ଏପ୍ରିଲ ୧୪ ତାରିଖରେ ଡ.ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ,ଏପ୍ରିଲ ୧୫ ତାରିଖରେ ବିଶୁ/ବଙ୍ଗାଳୀ ନବବର୍ଷ/ ବୋହାଗ ବିହୁ ଓ ହିମାଚଳ ଦିବସ ପାଇଁ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।ସେହିପରି ଏପ୍ରିଲ ୧୬ ରବିବାର , ଏପ୍ରିଲ ୧୮ ଶବ-ଏ-କଦ୍ର ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୮ ତାରିଖରେ ଇଦ-ଓଲ-ଫିତର , ଏପ୍ରିଲ ୨୨ ରେ ରମଜାନ ଇଦ୍ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୨୩ ଓ ୩୦ ତାରିଖରେ ରବିବାର ପଡୁଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବାର ସୂଚନା ରହିଛି ।