ଭୁବନେଶ୍ୱର: ସିଭିଲ ସୋସାଇଟି ତରଫରୁ ସମାଜସେବୀ ସଂଯୁକ୍ତା ପାଣିଗ୍ରାହୀ ସରକାରଙ୍କ କୋଭିଡ ଗାଇଡ଼ଲାଇନ ଉଲଂଘନ ଅଭିଯୋଗ କରି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ବିରୁଦ୍ଧରେ କ୍ୟାପିଟାଲ ପୋଲିସ ଥାନାରେ ଅଭିଯୋଗ ଦାୟର କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଶ୍ରୀମତୀ ପାଣିଗ୍ରାହୀ ତାଙ୍କ ଏଫଆଇଆର ରେ ଦର୍ଶାଇଛନ୍ତି ଯେ କରନା ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟରେ ସଭାସମିଟି, ଜନ ସମାବେଶ ଉପରେ ରୋକ ଲଗେଇବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଭୁବନେଶ୍ବରରେ ପ୍ରତି ସପ୍ତାହରେ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । କିନ୍ତୁ ଆଶ୍ଚର୍ୟ୍ୟ ର କଥା, ବିଏମ ସି କମିଶନର ଶ୍ରୀ ଚୌଧୁରୀ ସମସ୍ତ ନୀତିନିୟମ ଉଲଂଘନ କରି ଶନିବାର ଓ ରବିବାର ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ବୈଠକ କରିବା , ବରିଷ୍ଟ ନାଗରିକ ମାନଙ୍କୁ ନେଇ ପାର୍କରେ ସଭାସମିତି କରିବା ଇତ୍ୟାଦି କାର୍ୟ୍ୟକ୍ରମ କରିଥିଲେ ଯାହାକି କୋଭିଡ଼ ଗାଇଡ଼ଲାଇନର ଉଲଂଘନ ଅଟେ । ଏହି ତଥ୍ୟ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ସହ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେଣୁ କୋଭିଡ ନିୟମର ଧାରା ୮ ( ର )ଇଲଙ୍ଘନ କରିଥିବାରୁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀମତୀ ପାଣିଗ୍ରାହୀ ଦାବି କରିଛନ୍ତି । ଆଜି କ୍ୟାପିଟାଲ ଥାନାରେ କେଶ କରିବା ସମୟରେ ଆଇନଜୀବୀ ସୁଧୀର ମହାନ୍ତି, ସୂଚନାଧିକାର କର୍ମୀ ଶ୍ରୀକାନ୍ତ ପାକଳ, ପ୍ରତାପ ସାହୁ, ପ୍ରଦିପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।