ଖାଦ୍ୟ ବଣ୍ଟନରେ ଅନିୟମିତତା ଅଭିଯୋଗ

0

(କଳ୍ପତରୁ ଜେନା /ଭୁବନ): ଖାଦ୍ୟ ବଣ୍ଟନରେ ଅନିୟମିତତା ଅଭିଯୋଗ । ଏଭଳି ଅଭିଯୋଗ ହୋଇଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଯମୁନାକୋଟ ଗାଁରେ । ଲକଡାଉନ ସମୟରେ ଗରିବ ଅସହାୟ ଲୋକଙ୍କୁ ବଣ୍ଟନ ହୋଇଥିବା ରନ୍ଧାଖାଦ୍ୟରେ ଅନିୟମିତତା ଅଭିଯୋଗ କଲେ ସରପଞ୍ଚ ଖୁଲଣା ରାଉତ। ସେପଟେ ଅଭିଯୋଗକୁ ଖଣ୍ଡନ କଲେ ସଂୟ ସହାୟକ ଗୋଷ୍ଠିର ମହିଳା । କହିଲେ ସରପଞ୍ଚ ୧୫ ହଜାର ଲାଞ୍ଚ ମାଗୁଥିଲେ ନଦେବାରୁ ଏମିତି ଅଭିଯୋଗ କରୁଛନ୍ତି । ଶକ୍ତି ମା ଶିବାନୀ ଏସଏସଜି ନାମରେ ଅଭିଯୋଗ କରିଛନ୍ତି ସରପଞ୍ଚ। ୨ ଥର ପରିବର୍ତେ ଦିନକୁ ଥରେ ଖାଦ୍ୟ ଦେଇ ୮୫ ହଜାର ଟଙ୍କା ବିଲ ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ଗାଁର କାଳିଆ ଲେଙ୍କାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ୭ ଦିନର ବିଲ ହୋଇଛି। ମୃତ କାଳିଆ ଲେଙ୍କାଙ୍କ ପତ୍ନି କହିଛନ୍ତି ଯେ ସ୍ବାମୀଙ୍କ ମୃତ୍ୟୁପରେ ରନ୍ଧାଖାଦ୍ୟ ବଦଳ ରେ ଟଙ୍କା ମାଗିଥିଲୁ ଆଉ ଏସଏସଜି ଗ୍ରୁପ୍ ମୋତେ ୧୩୦୦ ଟଙ୍କା ଦେଇଛନ୍ତି। ଏନେଇ ଏକ ଦରଖାସ୍ତ ସେ ବିଡିଓଙ୍କୁ ଲିଖିତ ଆକାରରେ ଦେଇଛନ୍ତି।