ଜୁନ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଆରମ୍ଭ ହେଲା ଅମରନାଥ ଯାତ୍ରା ଲାଗି ରେଜିଷ୍ଟ୍ରେସନ ପ୍ରକ୍ରିୟା

0

(ଦିଲ୍ଲୀ) : ଆରମ୍ଭ ହେଲା ଅମରନାଥ ଯାତ୍ରା ଲାଗି ରେଜିଷ୍ଟ୍ରେସନ ପ୍ରକ୍ରିୟା । ଚଳିତ ବର୍ଷ ଏହି ଯାତ୍ରା ଜୁନ ୩୦ରୁ ଆରମ୍ଭ ହୋଇ ୧୧ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡର ସିଇଓ ନୀତୀଶ୍ବର କୁମାର ଦୁଇ ଦିନ ପୂର୍ବରୁ ପଞ୍ଜିକରଣକୁ ନେଇ ସୂଚନା ଦେଇଥିଲେ ।

ଜମ୍ମୁ- କଶ୍ମୀର ପ୍ରାଶାସନ ଦକ୍ଷିଣ କଶ୍ମୀର ସ୍ଥିତ ଅମରନାଥ ଧାମର ବାର୍ଷିକ ଯାତ୍ରାରେ ସାମିଲ ହେଉଥିବା ଯାତ୍ରୀଙ୍କ ଲାଗି ୨୦ହଜାର କ୍ଷମତା ବିଶିଷ୍ଟ ଯାତ୍ରୀ ନିବାସ ପ୍ରସ୍ତୁତ କରିଛନ୍ତି ।

 

୨୦୨୦ ଏବଂ ୨୦୨୧ର କୋଭିଡ -୧୯ କାରଣରୁ ୩,୮୮୦ମିଟରର ଉଚ୍ଚତା ଉପରେ ଥିବା ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ଯାତ୍ରା ସାଙ୍କେତିକ ଭାବେ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ହେବା ଆଶା କରାଯାଉଛି ।