ଆମେଚର ବଡି ବିଲଡିଙ୍ଗ ଓ କଳିଙ୍ଗ ବଡି ବିଲଡିଙ୍ଗ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ

0

ପୁରୀ : ପୁରୀ ଆମେଚର ବଡି ବିଲଡିଙ୍ଗ କଳିଙ୍ଗ ବଡି ବିଲଡିଙ୍ଗ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଜାତୀୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା | ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଉପଜିଲ୍ଲାପାଳ ଭାବତାରଣ ସାହୁ, ବିଜୁ ଯୁବ ଜନତା ଦଳ ଉପସଭାପତି ସୁଭାଶିଷ ଖୁଣ୍ଟିଆ ପ୍ରତ୍ୟୁଷ ଓସେନ ପାର୍କର ମୁଖ୍ୟ କ୍ରୀଷ୍ଣା ବଡ଼ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭଉଦଘାଟନ କରିଥିଲେ | ଏହି ପ୍ରତିଯୋଗିତାରେ ଆସାମ, ପଶ୍ଚିମବଙ୍ଗ, ଓଡିଶା ଛତିଶଗଡ଼ ରାଜ୍ୟର ପ୍ରାୟ ୮୦ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ |

ବରମୁଡା ଶର୍ଟସ ମିଡ଼ିଅମ ଆଣ୍ଡ ଟଲସ ଡେନିମ ଜିନ୍ସ ସର୍ଟ୍ସ ମିଡ଼ିଅମ ଆଣ୍ଡ ଟଲସ,ବଡି ବିଲଡିଙ୍ଗ ଟଲସ ସର୍ଟ୍ସ ସହ ମହିଳା ସ୍ପୋର୍ଟ୍ସ ମଡେଲ ଭଳି ପ୍ରାୟଟି ବିଭାଗରେ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ମହିଳା ସ୍ପୋର୍ଟ୍ସ ମଡେଲ ରେ କଟକ ଅଞ୍ଚଳର ଜ୍ଞାନଞ୍ଜଳି ସାହୁ ପ୍ରଥମ ହୋଇଥିବା ବେଳେ ପୁରୀର ପ୍ରିୟଙ୍କା ସାମନ୍ତରାୟ ଦ୍ଵିତୀୟ ଅନୁଗୁଳର ନିହାରିକା ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ | ସେହିଭଳି ଓଭରାଲ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶା କଟକ ରବୀନ କୁମାର ସାହୁ ଚାମ୍ପିୟାନ ହୋଇଥିବା ବେଳେ ପୁରୀର ସୋମନାଥ ଜାଲି ରନର୍ସ ଅପ ହୋଇଛନ୍ତି |

ତେବେ ଏହି ପ୍ରତିଯୋଗିତାକୁ ପୁରୀର ଲିଜେଣ୍ଡ ଜିମ ଆୟୋଜନ କରିଥିବା ବେଳେ ଅନୁଷ୍ଠାନର ସଭାପତି ଗୌରୀଶଙ୍କର ସିଂହାରୀ, ଉପସଭାପତି ସଂଜୀବ ରଥଶର୍ମାସାଧାରଣ ସମ୍ପାଦକ ରଞ୍ଜନ ମହାନ୍ତି, ସମ୍ପାଦକ ବିକ୍ରମ କୁଅଁର,କୋଷାଧକ୍ଷ ଚିତ୍ତ ରଞ୍ଜନ ବେହେରା, ଜେନେରାଲ ବଡି ମେମ୍ବର ଭବାନୀ ଶଙ୍କର ଦାସ, ବିଧାନ ଦାସ, ଶିବ ପ୍ରସନ୍ନ ପଟ୍ଟନାୟକ,ଅଲ ଇଣ୍ଡିଆ ଡବ୍ଲୁଏଫଫର ସଭାପତି ଧୀରଜ ମୋହନ ଦାସ, ପଶ୍ଚିମ ବଙ୍ଗ ବଡି ବିଲଡିଙ୍ଗ ଆସୋସିଏସନ ସଭାପତି ରୋନଜ ମୁଖାର୍ଜୀ ଏହାକୁ ସହଯୋଗ କରିଥିଲେ | ତେବେ ଆଗକୁ ଆହୁରି ଓଡିଶା ମାଟିରୁ ଯୁବ ପିଢ଼ି ଆଗକୁ ବାହାରନ୍ତୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ବୋଲି କହିଛନ୍ତି ଅନୁଷ୍ଠାନର ସାଧାରଣ ସମ୍ପାଦକ |