ଆମ୍ବୁଲାନ୍ସ ଉପଲକ୍ଷେ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

0

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ): ଗତକିଛି ଦିନ ଟ୍ରାଫିିକ ଜାମରେ ଆମ୍ବୁଲାନ୍ସ ଫସିରହିବା ଫଳରେ ୫ ବର୍ଷର୍ର ବାଳକର ଜୀବନ ଚାଲିଯାଇଥିଲା । ଯାହକି ବର୍ତମାନ ସମୟରେ ଖବର ଶିରୋନାମା ହୋଇ ରହିଛି । ଆଉ ଏଥିପାଇଁ କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥାକୁ ଦାୟୀ କରାଯାଇଛି । ତେଣୁ କରି ଆଜି କମିଶନରେଟ ପୋଲିସ ପକ୍ଷରୁ ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ରସୁଲଗଡ଼ ସ୍ଥିତ ଏସ୍ପ୍ଲାନେଡ଼ ମଲରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମର ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ , ଟ୍ରାଫଇକ ଡ଼ିସିପି ସାଗରିକା ନାଥ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଲକୁ ବୁଲିବାକୁ ଆସିଥିବା ଜନସାଧାରଣଙ୍କୁ ହେଲମେଟ ଦେବା ସହ ଆମ୍ବୁଲାନ୍ସକୁ ବାଟ ଦେବା ପାଇଁ ସଚେତନ କରାଯାଇଥିଲା ।