ଭାରତକୁ ସହଯୋଗର ହାତ ବଢ଼ାଇଲା ଆମେରିକା , ମହାମାରୀ ସମୟରେ ଆମକୁ ଖୁବ୍ ସାହାଯ୍ୟ କରିଛି ଭାରତ

0

(ଦିଲ୍ଲୀ) : କରୋନା ମହାମାରୀରେ ଭାରତର ସ୍ଥିତି ବେହାଲକରିଦେଇଥିବା ବେଳେ ପ୍ରତ୍ୟକଦିନ ନୂଆ ରେକର୍ଡ ଭାଙ୍ଗୁଛି କରୋନା । ଭାରତରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବ୍ରେକ ଲାଗିବାର ନାଁ ନେଉନି । ତେବେ ଭାରତର ଏଭଳି ଖରାପ ସମୟରେ ଏବେ ସହଯୋଗ କରିବ ବୋଲି ଭରସା ଦେଇଛି ଆମେରିକା ଉପ-ରାଷ୍ଟ୍ରପତି କମଳା ହାରିସ୍ । ଭାରତକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବାର ଆଶ୍ବାସନା ମିଳିବା ସହ ଗଭୀର ସମବେଦନା ଜଣାଇଛନ୍ତି ।

ତେବେ କମଳା ହାରିସ୍ କହିଛନ୍ତି, ଭାରତ ଆମକୁ ମହାମାରୀ ସମୟରେ ଖୁବ୍ ସାହାଯ୍ୟ କରିଛି । ଆମେ ଏବେ ଭାରତର ସହାୟତା ପାଇଁ ଦୃଢତାର ସହିତ ଠିଆ ହୋଇଛୁ। ଭାରତର କରୋନା ସଂକ୍ରମଣ ଓ ମୃତ୍ୟୁ ମାମଲା ହୃଦୟ ବିଦାରକ ଘଟରା। ପ୍ରତିଦିନ ସଂଖ୍ୟା ବଡୁଛି। ଯେଉଁମାନେ ନିଜର ପ୍ରିୟଜନକଙ୍କୁ ହରାଇଛନ୍ତି ତାଙ୍କ ପ୍ରତି ମୋର ଗଭୀର ସମ୍ବେଦନା।