ଫିଲ୍ମ ‘ଝୁଣ୍ଡ’ ଦେଖି କାନ୍ଦିଲେ ଆମୀର ଖାନ

ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୪ ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ ରିଲିଜ୍ ହେବାକୁ ଯାଉଛି ।

0

(ମୁମ୍ବାଇ) : ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୪ ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ ରିଲିଜ୍ ହେବାକୁ ଯାଉଛି । କିନ୍ତୁ ରିଲିଜ୍ ପୂର୍ବରୁ ଫିଲ୍ମର ଖୁବ୍ ଆଲୋଚନା ହେଉଛି। ଯିଏ ବି ଫିଲ୍ମର ପ୍ରିମିୟର୍ ଦେଖୁଛନ୍ତି ସେ ଏହାକୁ ପ୍ରଶଂସା କରୁଛନ୍ତି। ଅଭିନେତା ଆମୀର ଖାନଙ୍କ ପାଇଁ ଝୁଣ୍ଡର ପ୍ରାଇଭେଟ୍ ସ୍ପେସାଲ୍ କ୍କ୍ରିନିଂ ରଖାଯାଇଥିଲା। ଫିଲ୍ମ ଦେଖିବା ପରେ ଅମୀର ଏତେ ଇମୋସନାଲ୍ ହୋଇଯାଇଛନ୍ତି ଯେ ସେ କାନ୍ଦି ପକାଇଛନ୍ତି।

ସୂଚନାନୁଯାୟୀ , କେବଳ ଏତିକି ନୁହେଁ, ଫିଲ୍ମର କାଷ୍ଟଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ସମସ୍ତଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଛନ୍ତି। ଏଥିସହିତ ଅମୀର ଅମିତାଭ ବଚ୍ଚନଙ୍କ କାର୍ଯ୍ୟକୁ ତାଙ୍କର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ ବୋଲି ବର୍ଣ୍ଣନା କରିଛନ୍ତି। ଝୁଣ୍ଡର କାହାଣୀ ସ୍ଲମ୍ ଫୁଟବଲର ପ୍ରତିଷ୍ଠାତା ବିଜୟ ବରସେଙ୍କ ପ୍ରକୃତ ଜୀବନ କାହାଣୀ ଦ୍ୱାରା ଅନୁପ୍ରାଣିତ। ଭିଡିଓରେ ଅମୀର କହିଛନ୍ତି, ମାଇଁ ଗଡ୍, ବହୁତ ଭଲ ଫିଲ୍ମ। ଏହା ପରେ ଅମୀର ତାଙ୍କ ଟି-ସାର୍ଟରେ ଲୁହ ପୋଛିଥିବାର ନଜର ଆସିଛନ୍ତି।