Reporters Today
ଭାରତ ରାଜନୀତି

ଦେଖେଇ ହଉଛନ୍ତି ଅମିତ ଶାହା

(ପଶ୍ଚିମବଙ୍ଗ) : ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ଏବେ ରାଜନୈତିକ ଉଷ୍ଣତା ସରଗରମ ରହିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରତିଦ୍ୱନ୍ଦ୍ୱି ଦଳ । ଆଜି ରୋଡ୍ ସୋ ରେ ପ୍ରଚାର ପାଇଁ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗର ହାୱାର ଜିଲ୍ଲାର ଡୋମଜୁରରେ ପହଂଚିଥିଲେ । ଏହି ସମୟ ମଧ୍ୟରେ ସେ ଜଣେ ରିକ୍ସା ଚାଳକଙ୍କ ଘରେ ଭୋଜନ କରିଥିଲେ । ଯିଏକି ବିଜେପିର ଜଣେ ସମର୍ଥକ ବୋଲି ଚର୍ଚ୍ଚା ହେଉଛି । କେବଳ ସେ ନୁହନ୍ତି ତାଙ୍କ ସହ ଦଳର ଅନ୍ୟ ନେତା ମଧ୍ୟ ଥିଲେ । ଅମିତ ଶାହା ଭୂମିରେ ବସି ଖାଦ୍ୟ ଖାଉଥିବା ଦୃଶ୍ୟ କେବଳ ଏଇ ନିର୍ବାଚନୀ ସମୟରେ ଦେଖିବାକୁ ମିଳେ । ସେ କହିଛନ୍ତି ଯେ ଏହି ଆସନ ଜିତିବା ସୁନିଶ୍ଚିନ୍ତ । ‘ମୁଁ କେବଳ ଗୋଟିଏ ଗ୍ରାମ ପଞ୍ଚାୟତକୁ ଯାଇଥିଲି, କିନ୍ତୁ ଲୋକଙ୍କ ଉତ୍ସାହରୁ ମୁଁ ଏହା ଦେଖିଛି ଯେ ରାଜୀବ ବାନାର୍ଜୀ ବହୁମତ ସହ ନିର୍ବାଚନରେ ​​ଜିତିବେ” ।

 

Related posts

ସଡ଼କ ଦୁର୍ଘଟଣା,୫ମୃତ

Report

ପଶ୍ଚିମବଙ୍ଗ ହିଂସାକୁ ନେଇ ରାଜ୍ୟପାଳ ଭେଟିଲେ ଗୃହମନ୍ତ୍ରୀଙ୍କୁ

Report

ଦୁଷ୍କର୍ମ ଅଭିଯୋଗରେ ପୋଲିସ ସହ ୨ ଜଣ ଗିରଫ

Report

Leave a Comment