୧୬,୮୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ

0

ଭୁବନେଶ୍ୱର :ବିଧାନସଭାରେ ଚାଲିଛି ଶୀତକାଳିନ ଅଧିବେଶନ | ୨୦୨୨ -୨୩ ଆର୍ଥିକ ବର୍ଷ ର ଅତିରିକ୍ତ ବଜେଟ ଉପସ୍ଥାପନ| ୧୬୮୦୦ କୋଟି ଟଙ୍କାର ବଜେଟ ହେଲା ଉପସ୍ଥାପନ | ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରସଙ୍ଗ | ସେପଟେ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲେ ନରସିଂହ ମିଶ୍ର |ଅର୍ଥମନ୍ତୀ ନିରଞ୍ଜନ ପୂଜାରୀ ଗୃହ ରେ ଉପସ୍ଥିତ ନଥିବାରୁ ଅର୍ଥମନ୍ତ୍ରୀ ଙ୍କ ସ୍ଥାନରେ ଜଙ୍ଗଲ ଓ ପରିବେଶ ଓ ପଂଚାୟତ ରାଜ ମନ୍ତ୍ରୀ ପ୍ରଦୀପ ଅମାତ ଉପସ୍ଥାପନ କଲେ ବଜେଟ |ମାନ୍ୟବର ଅର୍ଥମନ୍ତ୍ରୀ ଆଜି୨୪ ନଭେମ୍ବର , ୨୦୨୨ ରେ ବିଧାନସଭାରେ ୨୦୨୨ -୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ୍ କରିଛନ୍ତି। ଏଥିପାଇଁ ମୋଟ 16,୮୦୦ କୋଟି ଟଙ୍କାର ବୟବରାଦ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ୍ କରାଯାଇଛି। ପ୍ରଶାସନିକ ବ୍ୟୟ ୪୯୩୪ କୋଟି ଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୯୨୦୦ ଓ ବିପର୍ଯୟ ପ୍ରଶମନ ପାଣ୍ଠି ୨୬୨୪.୪୬ କୋଟି ରହିଛି | ସେହିପରି ରାଜ୍ୟ ବଜେଟରୁ ସ୍ଥାନାନ୍ତର ୫୫.୫୪ କୋଟି ମୋଟା ୧୬.୮୦୦ କୋଟି ଟଙ୍କାର ବଜେଟ ଉପସ୍ଥାପନା ହୋଇଛି |ଆର୍ଥିକ ବର୍ଷ ଶେଷରେ ରାଜ୍ୟ ବିପର୍ଯୟ ସଙ୍କଟ ପରିଚାଳନା ପାଣ୍ଠିରେ ଥିବା ବଳକା ଅର୍ଥ ବାବଦକୁ ୨୦୨୨-୨୩ରେ ଅତିରିକ୍ତ ବଜେଟରେ ୨୬୧୦ କୋଟି ଟଙ୍କା ବୟବରାଦ କରାଯାଇଛି | ଖରିପ ୨୦୧୧ ଫସଲ କ୍ଷୟକ୍ଷତିର ପ୍ରଭାବିତ କୃଷକ ମାନଙ୍କୁ ସହାୟତା ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି | ସ୍ଥାନୀୟ ନିକାୟ ସଂସ୍ଥା ମାନଙ୍କୁ ସ୍ଥାନାନ୍ତର ବାବଦରେ ୫୫.୫୪ କୋଟି ଟଙ୍କା ବୟବରାଦ କରାଯାଇଛି | କୃଷକ କଲ୍ୟାଣ , ଖାଦ୍ୟ ,ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ୩୦୬.୬୫ କୋଟି ଟଙ୍କା ବୟବରାଦ କରାଯାଇଛି | ଭିତିଭୂମି ବନିକାଶ ନିମନ୍ତେ ୬୮ କୋଟି ,ସେବା ମିଶନ ପାଇଁ ୫୧ବ କୋଟି ,ସୁପର ସ୍ପେସାଲିଷ୍ଟ ସ୍ୱାସ୍ଥ୍ୟ ପାଇଁ ୩୩ କୋଟି ରାଜ୍ୟ ଅଂଶଦାନ ବାବଦକୁ ୧୦ କୋଟି ବୟବରାଦ କରାଯାଇଛି | ସେହିପଏରୀ ମାଝୀଲ ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ୧୭୨ କୋଟି ମିଶନ ଶକ୍ତି ସମ୍ବଳ କର୍ତଯ୍ୟକ୍ରମ ପାଇଁ ୩୩ କୋଟି ,ଅଙ୍ଗନବାଡି ପୋଷଣ ଆଧାରରେ ୨୭ କୋଟି , ନୂତନ ଗ୍ୟାସ ଯୋଜନା ବାବଦକୁ ୬୦ କୋଟି ,ମମତା ଯୋଜନା ବାବଦକୁ ୨୮ କୋଟି ବୟବରାଦ କରାଯାଇଛି |ପଛୁଆ ବର୍ଗ ଓ ଜଣାନଜାତିଙ୍କ ଵିକାଶ ପାଇଁ ୨୫ କୋଟି , ଅନୁସୂଚିତ ଜନଜାତି ଶିକ୍ଷା ପାଇଁ ୧୬୬ କୋଟି ,ମ୍ୟାଟ୍ରିକ ଛାତ୍ର ବୃତିପାଇଁ ୮୭ କୋଟି ଟଙ୍କା ବୟବରାଦ କରାଯାଇଛି | ଶିକ୍ଷା କ୍ରୀଡା , ଦକ୍ଷତାବିକାଶ ବୃଦ୍ଧି ପାଇଁ ୨୦୮୪ କୋଟି ମୋଟ କରାଯାଇଛି | ମାଧ୍ୟାନ ଭୋଜନ ପାଇଁ ୩୯ କୋଟି ଉଚାପ୍ରଥମିକ ବିଦ୍ୟାଳୟ ପାଇଁ ୨୨ କୋଟି ,ଅଣସରକାରୀ ହାଇସ୍କୁଲ ପାଇଁ ୬୭ କୋଟି ଗ୍ରାମ୍ୟ ଉନୟନ ପାଇଁ ୫୫୦ କୋଟି ସ୍ମାର୍ଟସିଟି ଯୋଜନା ପାଇଁ ୨୯୬ କୋଟି ବ୍ୟବାର୍ଡ କରାଯାଇଛି |