ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଶୌଚ ହେବାକୁ ଯାଇ ବୃଦ୍ଧା ମୃତ

0

କଳାହାଣ୍ଡି(ଗୋଲାପ ସାହୁ)କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଲିଫ୍ଟ କେନାଲ କୁ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଛି । ଜୟପାଟଣା ଥାନା ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ପାବଳୀ ଗ୍ରାମର ସୁନାଫୁଲ ନାଗ (୬୦) ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଶୌଚ ହେବାକୁ ଗାଁ ଦେଇ ଯାଇଥିବା ଇନ୍ଦ୍ରାବତୀ ଲିଫ୍ଟ କେନାଲ କୁ ଯାଇଥିଲେ।କିନ୍ତୁ ପାଣିର ସୁଅ ରେ ସେ ରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ ।। ଖବର ପାଇ ଘଟଣା ସ୍ଥଳରେ ଜୟପାଟଣା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।କିନ୍ତୁ ରାତିରେ ମୃତ ଦେହ ମିଳିନଥିବା ବେଳେ ପାଣି କମିଯିବା ଫଳରେଜାମଚୁଆଁ ଏବଂ ସାନପୁଝାରିଗୁଡ଼ା ପାଖରେ ମୃତ ବୃଦ୍ଧା ଙ୍କ ଶବ ଦେଖିବକୁ ମିଳିଛି ।ଖବର ପାଇ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଗାଁ ଦେଇ ଯାଇଥିବା ଲିଫ୍ଟ କେନାଲ ଗାଆଁର ଅତି ପାଖରେ ଥିବା ବେଳେ କୋଣସି ବାଡ଼ ମଧ୍ୟ ନାହିଁ।ଯାହାଫଳରେ ଅନେକ ସମୟରେ କେନାଲରେ କିଏ ଭାସିଯିବା ସମ୍ବାବନା ରହୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।