ପୁରୀ ଜିଲା ମୁଖ୍ୟ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

0

ପୁରୀ/ଜୟନ୍ତ କୁମାର ସେଠୀ : ପୁରୀ ଜିଲା ମୁଖ୍ୟ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ହେଉଛନ୍ତି ଶିବ ଭୋଇ ଓ ସେ ସତ୍ୟବାଦୀ ଥାନା ବିଶ୍ୱନାଥପୁର ହାଟସାହିର ବାସିନ୍ଦା। ମୃତ ଶିବ ଭୋଇ ଏକ ଦୁଷ୍କର୍ମ ମାମଲାରେ ଜେଲ ଜାଇ ଥିଲେ। ସୁଚନା ଅନୁଯାୟୀ ମୃତ ଶିବର ସ୍ପାଇନାଲ୍ ଇଞ୍ଜୁରି ନେଇ ଚିକିତ୍ସା ଜେଲ୍ ଭିତରେ କରାଯାଉ ଥିଲା। ତେବେ ଆଜି ସେ ଚିକିତ୍ସାରେ ଥିବା ଅଵସ୍ଥା ଗୁରୁତର ହୋଇ ପଡିଥିଲା। ପରେ ଜେଲ କର୍ମଚାରୀ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲା ମୁଖ୍ୟ ଚିକିତ୍ସା ଲୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ପୋଲିସ୍ ଶବକୁ ଜବତ କରି ପୋଷ୍ଟ ମଟମ ପାଇଁ ପଠାଇଛି। ପୋଷ୍ଟ ମଟମ୍ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି। ତେବେ ପୁରୀ ମେଡିକାଲରୁ ମୁଖ୍ୟ ଜେଲ୍ 25 କିଲୋମିଟର। ତେବେ ଅନେକ ସମୟରେ ରାସ୍ତା ଦୁର ଯୋଗୁ ଜେଲରୁ ଗୁରୁତର ଅସୁସ୍ଥ ବନ୍ଦୀଙ୍କୁ ପୁରୀ ମୁଖ୍ୟ ମେଡିକାଲ ଆଣିବାରେ ବହୁ ବିଳମ୍ବ ହେଉଛି । ଏଣୁ ଚିକିତ୍ସାରେ ବିଲମ୍ଭ ଯୋଗୁ ଅନେକ ସମୟରେ କଏଦୀଙ୍କ ମୃତ୍ୟୁ ହେଉଛି ।