ପୁଣି ଚର୍ଚ୍ଚାରେ ପ୍ରାଣରଞ୍ଜନ, ତଳି କିଆରୀ ରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ

0

ଗୋଲାପ ସାହୁ / କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ର ସଫଳ ଚାଷୀ ରୂପେ ସବୁବେଳେ ଚର୍ଚ୍ଚିତ ଥିବା ପ୍ରାଣରଞ୍ଜନ ବେହେରା ପୁଣି ତାଙ୍କ ଅସାଧାରଣ କୃତି ଦ୍ଵାରା ଚର୍ଚ୍ଚିତ ହୋଇଛନ୍ତି। ନିଜ ଚାଷ ଜମି ର ତଳି କିଆରୀ ରେ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମ।।ନ ଜଣାଇଥିବା ଦେଖିବାକୁ ମିଳିଛି। କରୋନା ମହାମାରୀର ଭୟଙ୍କର ପରିସ୍ଥିତି ରେ ଯେଉଁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ପ୍ରଶାସନ, ସରକାରୀ କର୍ମଚାରୀ ନିଜର ଅକ୍ଲାନ୍ତ ପରିଶ୍ରମ ଓ ସେବା ପ୍ରଦାନ ତଥା ଭ୍ୟାକ୍ସିନ ତିଆରି ରେ ଯୋଗଦାନ କରିଛନ୍ତି, ସେହି କରୋନା ଯୋଦ୍ଧା ମାନଙ୍କୁ କୃତଜ୍ଞତା ପ୍ରଦାନ କରିବା ପାଇଁ ଜଣେ ସାଧାରଣ ଚାଷୀର ଏହା ଏକ କ୍ଷୁଦ୍ର ପ୍ରୟାସ ବୋଲି ସେ କହିଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣାର ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ଅଗ୍ରଣୀ କୃଷକ ପ୍ରାଣରଞ୍ଜନ ବେହେରା ପ୍ରତେକ ବର୍ଷ ନିଜ ତଳି କିଆରୀ ରେ ବହୁ କୃତି କରିଛନ୍ତି। ଚଳିତ ବର୍ଷ “SALUTE TO COVID HEROES” କୃତିକୁ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି। ବିଗତ ବର୍ଷ ମାନଙ୍କରେ ସେ ବିଭିନ୍ନ ଚର୍ଚ୍ଚିତ, ସମ୍ବେଦନଶୀଳ, ଜାତୀୟ ପ୍ରସଙ୍ଗ ସମେତ ପ୍ରତେକ ସମାଜର କୁସଂସ୍କାର, ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସଚେତନ କରିଛନ୍ତି। ବିଭିନ୍ନ ପ୍ରଣାଳୀରେ ଧାନ ଚାଷ ତଥା ରାଜମେନ୍ଦ୍ରୀ ରୁ ବିଭିନ୍ନ ପ୍ରକାର କଦଳୀ ଗଛ ଆଣି ନିଜ ଚାଷ କାର୍ୟ୍ୟ କରି ଖ୍ୟାତି ଅର୍ଜ୍ଜନ କରିଛନ୍ତି ପ୍ରାଣରଞ୍ଜନ । ତାଙ୍କ ବାଡ଼ିରେ ଏବେ ଆମ୍ବ,ଲେମ୍ବୁ, କଦଳୀ, ଚମ୍ପା କଦଳୀ, ପିଜୁଳି ଚାଷ କରାଯାଇଛି। ପ୍ରାଣରଞ୍ଜନ ବେହେରାଙ୍କ ଏହି କୃତି କୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଆଜି ଏହି କୃତି କୁ ଦେଖିବା ପାଇଁ ଜୟପାଟଣା ବ୍ଳକ କୃଷି ଅଧିକାରୀ ପ୍ରକାଶଚନ୍ଦ୍ର ବେହେରା, କୃଷି ଅଧିକାରୀ ରେସ୍ମା ଲାକ୍ରା ପ୍ରମୁଖ ଗ୍ରସ୍ତ କରିଥିଲେ।